କାଠି ଠାକୁରାଣୀ ମିଳନ ଉତ୍ସବ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଣପୁର ବ୍ଲକ ଅନ୍ତର୍ଗତ ସଲପଡିହ ଗ୍ରାମରେ ବାର୍ଷିକ କାଠି ଠାକୁରାଣୀଙ୍କ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏହି କାଠି ଠାକୁରାଣୀ ଉତ୍ସବ ରେ ମୋହନପୁର ଗ୍ରାମର ମା ଖିଲା ମୁଣ୍ଡା, ଆୟତପୁର ଗ୍ରାମ ର ମା ପାଣ୍ଡବାସୁଣୀ, ହରିଚନ୍ଦନପୁର ଗ୍ରାମର ମା ବ୍ରାହ୍ମଣି ଦେବୀ ଏବଂ ସଲପଡିହ ଗ୍ରାମ ର ମା ବନଦୁର୍ଗା l ଏହିକାଠି ଠାକରାଣୀ ମାନେ ଉକ୍ତ ମିଳନଉତ୍ସବ ରେ ସାମିଲ ହୋଇଥିଲେ l ଘଣ୍ଟକାହାଳି ଢୋଲ ଆଦି ବଜାଇ ଏକ ବିରାଟ ଶୋଭାଯାତ୍ରା ରେ କାଠି ଠାକୁରାଣୀ ମାନଙ୍କୁ ପାଛୋଟି ନିଅ ଯାଇ ମେଳନ ପଡିଆରେ ବସାଇ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ରେ ମେଳନ ଉତ୍ସବ ଅନୁଷ୍ଠିତ ହୋଇ ଠାକୁରାଣୀ ମାନେ ଜିନ ନିଜ ଗ୍ରାମ କୁ ଫେରୀଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ