କାର୍ଯ୍ୟରତ ପିଇଓଙ୍କ ପରଲୋକରେ ଶୋକସଭା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତର କାର୍ଯ୍ୟରତ ପିଇଓ ତଥା କୁଣ୍ଡି ମହାନ୍ତିପଡା ଗ୍ରାମର ଗଦାଧର ସାହୁ(୫୦)ଙ୍କର ଶନିବାର ରାତି ୪ଟା ସମୟରେ ହୃଦଘାତରେ ପରଲୋକ ଘଟିଛି । ଏନେଇ ଆଜି ବ୍ଲକ ପ୍ରଶାସନ ପକ୍ଷରୁ ଶୋକ ସଭା ପାଳନ କରାଯାଇଥିଲା । ବ୍ଲକ ସମ୍ମିଳନୀ କକ୍ଷରେ ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଜିପିଡିଓ ସୂଚୀସ୍ମିତା ବାରିକ, ମୁଖ୍ୟ କିରାଣୀ ଅନୱାର ହୋସେନ ଖାନ୍, ଏସିପି ମିତ୍ରଭାନୁ ସ୍ୱାଇଁଙ୍କ ସମେତ ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତର ପିଇଓ, ଗ୍ରାମ ରୋଜଗାର ସେବକ, ଏଡିଇଓ ମାନେ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ଗୁଣାବଳୀ ଓ କର୍ତ୍ତବ୍ୟନିଷ୍ଠା ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ସାହୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।