କାର୍ ଧକ୍କାରେ ମହିଳା ଗୁରୁତର

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ବସ୍ ଟର୍ମିନାଲ ନିକଟ ଜନତା
ଶୈଚାଳୟ ସମ୍ମୁଖରେ ଏକ କାର୍ (ଓଡି୦୨ଏଏସ୍ ୪୨୬୧ ) ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ସୁନିତା ପ୍ରଧାନ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ଼ ଭର୍ତ୍ତି କରିଥିଲେ।‌ ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୂର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଥାଉକି, ମହିଳା ଜଣଙ୍କ ଗ୍ରାମରୁ ଯାତ୍ରୀବାହୀ ବସ୍ ଯୋଗେ ଆସି ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ଓହ୍ଲାଇ ଚାଲି ଚାଲି ଯାଉଥିବା ବେଳେ କାରଗାଡିଟି ପରିବା ବଜାର ଠାରୁ ବସ୍ ଟର୍ମିନାଲ ଅଭିମୁଖେ ଯାଉଥିବା ବେଳେ ଜନତା ଶୈଚାଳୟ ସମ୍ମୁଖରେ ମହିଳାଙ୍କୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ