କାଶୀନଗର ଥାନାର ନୂତନ ଅଧିକାରୀ ହେଲେ ସୁନୀଲ ବେହେରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ଥାନାରେ ନୂତନ ଥାନା ଅଧିକାରୀ ଭାବେ ସୁନୀଲ ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହା ପୂର୍ବର ଗୋବିନ୍ଦ ଗୌଡ଼ ଥାନା ଅଧିକାରୀ ଭାବେ କର୍ଭବ୍ୟ ତୁଲାଇଥିଲେ। ସେ ଗତ ମେ ୩୦ ତାରିଖରେ ଚାକିରିରୁ ଅବସର ନେବା ପରେ ସେହି ସ୍ଥାନରେ ଶ୍ରୀ ବେହେରା କାଶୀନଗର ଥାନା ଅଧିକାରୀ ଭାବେ କର୍ତ୍ତବ୍ୟ ତୁଲାଇବେ | ଥାନା ଅଧିକାରୀ ବେହେରା ଏହା ପୂର୍ବରୁ ଗଜପତି ଜିଲ୍ଲା ରାୟଗଡ଼ା ଥାନାରେ ଥାନା ଅଧିକାରୀ ଥିଲେ I ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାଇ ରଖୁବା ସହ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ସେଥିପାଇଁ ଦୃଷ୍ଟି ଦେବେ ବୋଲି ଶ୍ରୀ ବେହେରା କହିଛନ୍ତି ।