କାୟାକଳ୍ପ ଟିମ୍‍ର ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଆସିକା, (ଯୁଗାବ୍ଦ ନ୍ୟୁଜ):ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପରାମର୍ଶକ୍ରମେ କାୟାକଳ୍ପ ରାଜ୍ୟ ମୂଲ୍ୟାଙ୍କନ ଟିମ୍‍ ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିି ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଫେରିଥିବା ଜଣାପଡିଛି । ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନରେ ଆସିଥିବା କାୟାକଳ୍ପ ଟିମ୍‍ର ମୁଖ୍ୟ ଡାକ୍ତର ରାମକୃଷ୍ଣ ଶତପଥୀଙ୍କ ନେତୃତ୍ୱରେ ଡାକ୍ତର ଅନୁଜା ବେହେରା, ଡାକ୍ତର ସମ୍ବିତ୍‍ ଜେନା, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଦିଲୀପ କୁମାର ପଣ୍ଡା ଓ ଅଜୟ ମଲିକ ପ୍ରମୁଖଙ୍କୁ ନେଇ ଗଠିତ ୫ ଜଣିଆ ଟିମ୍‍ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମୀ, ରୋଗୀସେବା, ପରିଷ୍କାର ପରିଚ୍ଛନ୍ନତା, ବର୍ଜ୍ୟବସ୍ତୁ ପରିଚାଳନା, କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା, ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଅନ୍ତଃବିଭାଗ ଓ ବହିଃବିଭାଗ, ରୋଗୀୱାର୍ଡ, ପ୍ରସୂତୀ ଓ ଗର୍ଭବତୀ ୱାର୍ଡ, ସଂକ୍ରମଣ କକ୍ଷ, ନିଦାନ କକ୍ଷ, ନିରାମୟ କକ୍ଷ, ଭେକ୍ସିନ୍‍ କକ୍ଷ, ଡ୍ରେସିଂ କକ୍ଷ, ଅସ୍ତ୍ରୋପଚାର କକ୍ଷ ଆଦି ବୁଲି ଅନୁଧ୍ୟାନ କରିବା ସାଙ୍ଗକୁ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ବିଭିନ୍ନ ବିଷୟ ଉପରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଧୂସୁଦନ ବାରିକଙ୍କ ସହ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । କାୟାକଳ୍ପ ଟିମ୍‍ର ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ ସମୟରେ ସଂଗୃହୀତ ହୋଇଥିବା ରିପୋର୍ଟକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତର୍ଜମା କରିବା ପରେ ଏହି ଚିକିତ୍ସାଳୟ କାୟାକଳ୍ପ ପୁରସ୍କାର ପାଇବ କି ନାହିଁ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ରାଜ୍ୟ ସରକାରଙ୍କ କାୟାକଳ୍ପ ଟିମ୍‍ର ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ ସମୟରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଧୂସୁଦନ ବାରିକ, ବିପିଏନ୍‍ ସାଗରିକା ମିଶ୍ର, ଆୟୁଷ ଡାକ୍ତର ଏ.ଲକ୍ଷ୍ମୀ ଦେବୀ, ଡାକ୍ତର ସୁବ୍ରତ ସ୍ୱରୂପ ପଣ୍ଡା, ଫାର୍ମାସିଷ୍ଟ ତାପସ ବିଶ୍ୱାଳ, ପିଏଚ୍‍ଇଓ କୁବେର ପାତ୍ର, ରଂଜନ କୁମାର ସ୍ୱାଇଁ, କୃତିବାସ ପାଢୀଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ