କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): କଣାସ ବ୍ଲକ ଖୁଣ୍ଟିଆ ବାଣପୁର କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସଵ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ଙ୍କ ଅଧକ୍ଷତା ରେ ବାର୍ଷିକ ଉତ୍ସବ ଆନୁଷ୍ଠିତ ହୋଇ ଥିଲା । ବିଦ୍ୟାଥି ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା ସହ ସେମାନେ ଭଲ ମଣିଷ ହୋଇ ଭଲ ପାଠ ପଢି ନିଜ ନିଜର ସ୍ଵପ୍ନ କୁ ସାକାର କରିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ର ଛାତ୍ରୀ ମାନେ ଭବିଷ୍ୟତରେ ଏକ ସୁ ନାଗରିକ ହୋଇ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ମଙ୍ଗରାଜ ପରାମର୍ଶ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାଵରେ ବରିଷ୍ଠ ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ସମ୍ମାନିତ ଅତିଥି ଭାବେ ରେ ଏଵିଡିଓ ନାରାୟଣ ପ୍ରଧାନ, ଏଵିଡିଓ ଵିନୋଦ କୁମାର ସେଠୀ, ପୂର୍ବତନ ଏଵିଡିଓ ଅବଧୂତ ଚମ୍ପିତି, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ଗାଵତୀ ପ୍ରଧାନ, କଣାସ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରତାପ କେଶରୀ ରାୟ, କଣାସ ଏନପିଏସ ଶିକ୍ଷକ ସଂଘର ସମ୍ପାଦକ ସୁଶାନ୍ତ କୁମାର ନରେନ୍ଦ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ବଳିୟାର ସିଂହ ମୁଖ୍ୟ ବକ୍ତା ଭାବେ ରେ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ କ୍ରିଷ୍ଣା ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷୟତ୍ରୀ ଚାରୁଲତା ଦେଈ ଅତିଥି ପରିଚୟ ପ୍ରଦାନ କରିଥିଲେ।ମିଲନ ବଳିୟାର ସିଂହ ବିଦ୍ୟାଳୟ ର ଚମ୍ପିୟାନ ହୋଇଥିଲା ବେଳେ ଆର୍ପିତା ସାମନ୍ତରାୟ ଶ୍ରେଷ୍ଠ ଛାତ୍ରୀ ଭାବରେ ବିବେଚିତ ହୋଇଥିଲେ। ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।