କୁଟୁରାଚୁଆଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ କୁସୁମ):କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ବୁଧବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ ଙ୍କ ସଭାପତିତ୍ବ ଓ ନେତୃତ୍ବ ରେ ରେଡକ୍ରସ ଆନୁକୁଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୧୧ ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା।ଏହି ଅବସର ରେ କୁଚିଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ଅମିତାବ ପଣ୍ଡା ମୁଖ୍ୟ ଅତିଥୀ ଭାବରେ ଯୋଗ ରକ୍ତଦାନ ର ଗୁରୁତ୍ବ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। କୁଟୁରାଚୁଆଁ ପ୍ରାଥମିକ ସ୍ବାସ୍ଥ କେନ୍ଦ୍ର ର ମେଡିକାଳ ଅଫିସର ରମେନ୍ଦ୍ର କିଶୋର ସାହୁ, ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ,କୁଚିଣ୍ଡା ର ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା,ପରିଚାଳନା ସମିତି ର ପୂର୍ବତନ ସଂପାଦକ ହିମାଂଶୁ କୁମାର ମହାପାତ୍ର,ସ୍ବେଛାସେବୀ ବିଜୁ ସାହୁ ସମ୍ମାନିତ ଅତିଥୀ ଭାବରେ ଯୋଗ ଦେଇ ରକ୍ତଦାନ କରିବା ପାଇଁ ଉତ୍ସାହ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ବ୍ୟାରୀ,ଅଧ୍ୟାପିକା ଭାବନା ପାଣ୍ଡେ,କିରାଣୀ ଭେଷଜ ଗରଡିଆ,ଡିଇଓ ସମିନ ରଞନ ନାଏକ,ବୈଦନାଥ ଷଣ୍ଢ,ଧନେଶ୍ବର କିସାନ,ଗୋବିନ୍ଦ ଗହିର,ପଓ୍ବନ ପ୍ରଧାନ,ଲକ୍ଷ୍ମଣ କିସାନ,ଛାତ୍ର ଦୁର୍ଗାପ୍ରସାଦ ଜୟପୁରିଆ,ଘନଶ୍ୟାମ ପଣ୍ଡା ସ୍ବଇଛା ରକ୍ତଦାନ କରିଥିଲେ। ଉପସ୍ଥିତ ଅତିଥୀଗଣ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ସଭା ସଂଯୋଜନା କରିଥିବା ବେଲେ ରେଡକ୍ରସ କାଉନସେଲର ଅଧ୍ୟାପକ ସତ୍ୟନାରାରଣ ପଟେଳ ଧନ୍ୟବାଦ ଅର୍ପଣ କରିଥିଲେ। କୁଚିଣ୍ଡା ରକ୍ତ ଭଣ୍ଡାର ଟେକ୍ନନିସେଇନେ ପ୍ରମୋଦ କୁମାର ପଟେଳ ଙ୍କ ନେତୃତ୍ବ ରେ ରକ୍ତ ସଂଗ୍ରହ କରାଯାଇଥିଲା। ବିଦ୍ୟାଳୟ ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ପୂର୍ବତନ ଛାତ୍ର ସଂସଦ ର ସଭାପତି ଅରୁଣ କୁମାର ପଟେଳ,ଅଣଶିକ୍ଷକ ଜୟଦେବ ରାଉତ,ରଜତ ରାଏ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।