କୁଟ୍ରାଖାଲ ଗ୍ରାମରେ ବର୍ଷା ଦିନରେ ମଧ୍ୟ ଉତ୍କଟ ପାନୀୟଜଳ ସମସ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଳକର ଜରଉ ପଞ୍ଚାୟତର କୁଟ୍ରାଖାଲ ଗ୍ରାମରେ ବହୁଦିନ ହେଲା ପାନୀୟଜଳର ସମସ୍ୟା ଲାଗିରହିଛି। ବର୍ତ୍ତମାନ ବର୍ଷା ଦିନରେ ମଧ୍ୟ ଏଠାରେ ଉତ୍କଟ ପାନୀୟ ଜଳ ସମସ୍ୟା ଦେଖାଦେଇଛି. ଲୋକେ ପିଇବା ପାଣି ପାଇଁ 1 କିମି ପାଦ ଚଲାରେ ଯାଇ ପିଇବା ପାଣି ସଂଗ୍ରହ କରାଯାଉଥିବା ଲକ୍ଷ୍ୟ କରାଯାଇଛି. ଏହି ଗ୍ରାମରେ ୩୦ ଗୋଟି ପରିବାର ବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର ନଳକୂପ ଅଚଳ ହୋଇ ରହିଛି। ପାନୀୟ ଜଳ ଅଭାବରୁ ଗ୍ରାମବାସୀଙ୍କୁ 1 କିମି ବାଟ ଝୁଲାସାହି ଗ୍ରାମକୁ ଯିବାକୁ ପଡୁଛି । ଏଣୁ ଗ୍ରାମବାସୀ ପକ୍ଷରୁ ୱାର୍ଡ଼ସଭ୍ୟ ଖଦାଳ କାର୍ଜୀଙ୍କ ନେତୃତ୍ବରେ ଦଳପତି ଗମାଙ୍ଗ, ପାଣ୍ଡୁଡୁ ବଡ଼ରଇତ, ଅର୍ଜୁନ ମଣ୍ଡଳ ପ୍ରମୁଖ ବିଡିଓ ରାଜୀବ ଦାସଙ୍କୁ ଭେଟି ସମସ୍ୟା ବିଷୟ ଜଣାଇଛନ୍ତି । ଗ୍ରାମବାସୀଙ୍କ ଦାବି ପରେ ବିଡିଓ ଜଳଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ପଦ୍ମନାଭ ଖଣ୍ଡେଇଙ୍କୁ ଡାକି ତୁରନ୍ତ ସମାଧାନ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ନିବେଶ ଗମାଙ୍ଗ ମଧ୍ୟ ସମସ୍ୟାର ସମାଧାନ ପାଇଁ ସହଯୋଗ କରିବେ ଗ୍ରାମବାସୀଙ୍କୁ କହିଛନ୍ତି ।