କୁଣ୍ଡାପୋଷୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଓ୍ବାର୍ଡ ନଂ ୯ ରେ ରହିଥିବା ସଇଡା କ୍ଲଷ୍ଟର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ‌ମଙ୍ଗଳବାର ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଲକ୍ଷଣ ଦେହୁରୀ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବା ସମୟରେ ଉଦଯାପନ ଉତ୍ସବ ରେ ମୁଖ୍ୟ ବକ୍ତା ଭାବରେ ଗୀତା ପଧାନ, ମୁଖ୍ୟ ବକ୍ତା ଭାବରେ ଗୈରାଙ୍ଗ କୁସୁମ, ସମ୍ମାନୀତ ଅତିଥି ଭାବରେ ଏସଏମସି ଚେୟାରମେନ ଖୁଲଣା ସାହୁ, ପୂର୍ବ ଏସଏମସି ଚେୟାରମେନ ମାନିନୀ ସାହୁ ଯୋଗଦେଇ ଥିଲେ।ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟତ୍ରୀ ମାଧବୀ ପଟେଲ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ବିଦ୍ୟାଳୟ ରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଶ୍ରେଣୀ କୋଠରି ର ଅଭାବ ଓ ଶିକ୍ଷକ ଙ୍କ ଅଭାବ ଥିବା ବିଶେଷ ଭାବରେ ଅତିଥି ମାନଙ୍କ ଆଗରେ ପ୍ରକାଶ କରିଥିଲେ।ଅପୂର୍ଣା ପଟେଲ, ଗୋଦାବରୀ ତଣ୍ଡିଆ ମଞ୍ଚ ପରିଚାଳନା କରି ସ୍ବାଗତ ଓ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ ନାଚ ଗୀତ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସମୟରେ ଅତିଥି ମାନେ ବିଦ୍ୟାଳୟ ର କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ