କୁନ୍ତରା ମହାବିଦ୍ୟାଳୟ ରେ ୪୭ତମ ବାର୍ଷିକ ଉତ୍ସବ ପାଳିତ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ କୁନ୍ତରା ସ୍ଥିତ ଗୋକୁଲ ପାର୍ବତୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆଜି ବୁଧବାର ୧୨ ତାରିଖ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଖଗେଶ୍ବର ଅମାତ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପୂର୍ବ ଅଧ୍ୟକ୍ଷ ଗଗନ ପଣ୍ଡା ଯୋଗଦାନ କରି ପ୍ରଦୀପ ଜାଲି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଏହି ସଭାରେ ଶିକ୍ଷା ବିକାଶ ସମିତି ର ସଭ୍ୟ ଅଶୋକ କୁମାର୍ ମିଶ୍ର ମୁଖ୍ୟ ବକ୍ତା ଭାବରେ,ଏମପି ନୋମିନି ରୁଦ୍ର ପ୍ରତାପ ଦେଓ, ପୂର୍ବ ପରିଚାଳନା କମିଟି ର ସଭାପତି ଖିରୋଦ ଚନ୍ଦ୍ର ପଟେଲ ଯୋଗଦାନ କରିଥିଲେ। ହୋଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କ୍ରୀଡା,ଶିକ୍ଷା ଇତ୍ୟାଦିରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତରୁଣ ପୃଷେଠ, ଯୋଗେନ୍ଦ୍ର ମୁଦୁଲି,ଶିବ ଶଙ୍କର ମଲ୍ଲିକ, ଡଲି ନାଏକ,ସାସ୍ବତି ମେହେର,ତୁଲାରାମ ଡନସନା,ରତ୍ନ ମଞ୍ଜରୀ ସାହୁ। ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ଅତିଥି ପରିଚୟ ଦିପିକା ବେହେରା ପ୍ରଦାନ କରିଥିବାବେଳେ,ଯୋଗେନ୍ଦ୍ର ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ।ମହାବିଦ୍ୟାଳୟ ଟି ୪୭ ତମ ବର୍ଷ ରେ ପଦାର୍ପଣ କରିଥିଲେ ମଧ୍ୟ ଏହି ମହାବିଦ୍ୟାଳୟ ରେ ଛାତ୍ରାବାସ ନାହିଁ। ଛାତ୍ରୀ ନିବାସରେ ଛାତ୍ରୀ ମାନେ ଆଜବେଷ୍ଟସ ଛାତ ତଲେ ରହୁଛନ୍ତି। ଖେଳପଡିଆ ଓ ସରକାର ଯୋଗାଇବା ଜମି ମୁକୁଳା ହୋଇ ପଡ଼ିଛି।ଆଉଟ ଡୋର ଗେମ ବ୍ୟତୀତ ମହାବିଦ୍ୟାଳୟ ରେ ଅନ୍ୟ କୌଣସି ସୁବିଧା ନାହିଁ। ଏହି ସବୁ ସମସ୍ୟାର ସମାଧାନ ହେଲେ, ଶିକ୍ଷା କ୍ଷେତ୍ରରେ ଅଧିକ ଆହୁରି ଉନ୍ନତୀ ହୋଇପାରିବ ବୋଲି ସୂଚନା ପ୍ରଦାନ କରିଥିଲେ।