କୁମାର ପୂର୍ଣ୍ଣିମା ଉତ୍ସବରେ କୁମାରୀ ବିବାହ

ନିମାପଡା,( ସନ୍ତୋଷ ଦାଶ ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ର ସୁଧବାରିମୂଳ ଗ୍ରାମରେ ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ କୁମାର ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି । କୁମାର ପୂର୍ଣ୍ଣିମା ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ କୁମାରୀ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ଏହି ଗ୍ରାମରେ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ ହେବ କୁମାରୀ ବିବାହ ପାଳିତ ହୋଇଆସୁଛି ବୋଲି ଗ୍ରାମବାସୀ କହିଛନ୍ତି ।ଓଡ଼ିଆ ଘରର ରୀତିନୀତି ଅନୁସାରେ ଦୁଇଟି ଝିଅ ବର ଓ କନ୍ୟା ବେଶ ସାଜିଥିଲେ ।ବର ପକ୍ଷରୁ ବାଜା ବାଣ ଓ ରୋଷଣୀ କରି ବରଯାତ୍ରୀ ଧରି କନ୍ୟା ଘରେ ପହଞ୍ଚି ଥିଲେ ।କନ୍ୟା ଘର ବରକୁ ବନ୍ଧାପନା କରି ଘରକୁ ପାଛୋଟି ନେଇଥିଲେ । ବିବାଦ ବେଦିରେ ପୁରୋହିତ ବିବାହ ମନ୍ତ୍ର ପଢ଼ି ଦୁଇ କୁମାରୀ ଙ୍କ ହାତ ଗଣ୍ଠି ପକାଇ ଥିଲେ। ଏହି ବିବାହ ଉତ୍ସବରେ ସୁଧବାରିମୂଳ ଗ୍ରାମ ଉତ୍ସବ ମୁଖର ହୋଇଉଠିଥିଲା ।ଶେଷରେ ଭୋଜି ଭାତ ର ଆୟୋଜନ କରାଯାଇଥିଲା । ଏହି ବିବାହ ଉତ୍ସବରେ ପାୟଲ ପ୍ରିୟଦର୍ଶିନୀ ବେହେରା କନ୍ୟା ହୋଇଥିବା ବେଳେ ଖୁସି ଦାସ ବର ହୋଇଥିଲେ । ବିବାହ ବେଦିରେ କୁମଲତା ବେହେରା ପୁରୋହିତ କାର୍ଯ୍ୟ କରିଥିଲେ ।ଗ୍ରାମବାସୀମାନେ କୁମାରୀ ମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ ।
କୁମାରୀ ବିବାହ ପାଇଁ ସୁଧବାରୀମୂଳ
ଗାଁ ଉତ୍ସବ ମୁଖର ହୋଇପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ