କୁମାର ପୂର୍ଣ୍ଣିମା ର ତାତ୍ପର୍ଯ୍ୟ

ହିନ୍ଦୁ ଧର୍ମରେ ବିଭିନ୍ନ ପ୍ରକାର ପର୍ବ ପାଳନ କରାଯାଏ । ପର୍ବପର୍ବାଣି ଗୁଡିକ ପରସ୍ପର ମଧ୍ୟ ରେ ସ୍ନେହ, ଶ୍ରଦ୍ଧା ଏବଂ ଭାତୃଭାବ ସୃଷ୍ଟି କରିଥାଏ।କୁମାର ପୂର୍ଣ୍ଣିମା ସେମିତି ଏକ ପର୍ବ ଏହି ପର୍ବ କୁ କୁମାରୀ ମାନେ ପାଳନ କରିଥାନ୍ତି। ଏହି ପର୍ବଟି ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ। ଏହି ଦିନ ମା ଗଜଲକ୍ଷ୍ମୀ ଙ୍କ ର ପୂଜା ମଧ୍ୟ କରାଯାଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡୁ ଥିବାରୁ ଏହାକୁ ମଧ୍ୟ ଶରତ ପୂର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ତୁଳସୀ ଚଉରା ମୂଳେ କୁମାରୀ କନ୍ୟା ମାନେ ଚାନ୍ଦ କୁ ପୂଜା କରନ୍ତି। କିମ୍ବଦନ୍ତୀ ଅନୁସାରେ କୁମାରୀ କନ୍ୟା ମାନେ ସୁନ୍ଦର ବର ପାଇବା ପାଇଁ କାର୍ତ୍ତିକେୟ ଙ୍କୁ ପୂଜା କରିବା ସହିତ ଚନ୍ଦ୍ର ଙ୍କୁ ମଧ୍ୟ ପୂଜା କରିଥାନ୍ତି। ଏହି ଦିନ ଚାନ୍ଦ ବନ୍ଦାଣ କରାଯାଏ। ଏହି ଦିନ ପିଠା ଭୋଗ ଦିଆଯାଏ। ଚଉରା ମୂଳରେ ଖଇ, ଗୁଆ, କଦଳୀ , ନଡ଼ିଆ ଓ ଆଖୁ ଇତ୍ୟାଦି ଫଳ ପୂଜା କରାଯାଏ । ସଂଧ୍ୟା ହେଲେ ଏହି ପୂଜା ଆରମ୍ଭ ହୋଇଯାଏ। ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ସହ ନୂଆ ବସ୍ତ୍ର ମଧ୍ୟ ଦିଆଯାଏ । ଚଉରା ପାଖରେ କଳସରେ ଆମ୍ବ ଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ସଜା ଯାଇଥାଏ । ହଳଦୀ ଫୁଲ ରେ ପୂଜା କରାଯାଏ। କୁମାରୀ କନ୍ୟା ମାନେ ନୂତନ ବସ୍ତ୍ର ପିନ୍ଧନ୍ତି। ଏହି ଦିନ ତାଳଗଜା ଓ ବିଭିନ୍ନ ପ୍ରକାର ଫଳ ଭୋଗ କରି ପୂଜା ସାରିଲା ପରେ ଘରର ସମସ୍ତେ ଭୋଗ ଓ ପିଠା ଖାଇଥାନ୍ତି।କୁମାର ପୂର୍ଣିମା ଅବସରରେ ଆୟୋଜିତ ଲକ୍ଷ୍ମୀ ପୂଜା ର ବିଶେଷ ମହତ୍ୱ ରହିଛି । କୁମାର ପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମ ଦିନ ରୂପେ ମଧ୍ୟ ପାଳନ କରାଯାଏ । ମା ଲକ୍ଷ୍ମୀ ଧନ, ଯଶ ଏବଂ ସମୃଦ୍ଧି ର ଦେବି ବୋଲି ବିଶ୍ଵାସ କରାଯାଏ। ଭକ୍ତ ମାନେ ମା ଙ୍କ ର ପୂଜା କୁ ଭକ୍ତି ରେ କରନ୍ତି । ଏହି ଦିନ ସମୃଦ୍ଧି ର ଦେବୀ ଗଜଲକ୍ଷ୍ମୀ ଙ୍କୁ ପୂଜା କରାଯାଇଥାଏ । ଏହି ଗଜଲକ୍ଷ୍ମୀ ପୂଜା କୁ ଭକ୍ତମାନେ ବହୁ ଆଡମ୍ବର ସହକାରେ ପାଳନ କରନ୍ତି। ମା ଲକ୍ଷ୍ମୀ ଙ୍କ ର ଅପାର କରୁଣା ଥାଏ ଭକ୍ତ ମାନଙ୍କ ଉପରେ। ଲକ୍ଷ୍ମୀ ତାଙ୍କ ଭକ୍ତ ମାନଙ୍କ ମଧ୍ୟ ରେ ଜାତି ଭେଦ ଦେଖନ୍ତି ନାହିଁ। ଯିଏ ଭକ୍ତି କରେ ସେ ତାଙ୍କ ଉପରେ ଅପାର କରୁଣା ବର୍ଷା କରନ୍ତି। ପୁରାଣ ରେ ମଧ୍ୟ ବର୍ଣ୍ଣିତ ଅଛି ମା କିପରି ଶ୍ରୀୟା ନାମକ ଜଣେ ଦଳିତ ନାରୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖିବା ଦେଖି ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ତାଙ୍କ ଘର କୁ ଯାଇଥିଲେ। ଏହା ଶୁଣିବା ପରେ ମା ଲକ୍ଷ୍ମୀ ଙ୍କୁ ଦେଉଳ ଭିତରେ ପ୍ରେବଶ କରିବାକୁ ଦିଆଯାଇନଥିଲା। ସେତେବେଳର ସମାଜରେ ଦଳିତମାନଙ୍କୁ ଅଛୁଆଁ ଭାବେ ଗଣା ଯାଉଥିଲା। ଦଳିତ ଲୋକର ଘରେ ପାଦ ରଖିବା ଅପରାଧ ବୋଲି କହି ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଆସିଥିଲେ ସେହି ଦିନ। ପରେ ସେ ସମୁଦ୍ର ନିକଟ ରେ ଘର କରିଥିଲେ । ଲକ୍ଷ୍ମୀ ଛାଡ଼ିଗଲା ପରେ ବଳଭଦ୍ର ଏବଂ ଜଗନ୍ନାଥ ସବୁ ହରାଇଥିଲେ । ଏମିତି ବି ଖାଇବା ପାଇଁ ଖାଦ୍ୟ ବି ପାଇଲେ ନାହିଁ। ଶେଷରେ ଲକ୍ଷ୍ମୀ ଙ୍କ ହାତରୁ ଅନ୍ନ ପାଇଲେ ନିଜର ଭୁଲ ବୁଝିପାରିଲେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ଦେଲେ । ଲକ୍ଷ୍ମୀ ଶ୍ରୀମନ୍ଦିରକୁ ପୁଣି ଆସିଲେ । ପୁରାଣ ରେ ବର୍ଣ୍ଣିତ ଏହି କଥାରୁ ଜଣାପଡେ ଲକ୍ଷ୍ମୀ ତାଙ୍କ ଭକ୍ତ ମାନଙ୍କୁ କେତେ ଭଲ ପାଆନ୍ତି। ଶ୍ରଦ୍ଧା,ଭକ୍ତି, ସ୍ନେହ ଏବଂ କରୁଣାମୟୀ ମା ସେ। ଭକ୍ତି ରେ ଯେ ଡାକି ଦିଏ ମା ତାଙ୍କୁ ରକ୍ଷା କରିଥାନ୍ତି।ଏହି ପର୍ବ ଓଡିଶା ବ୍ୟତୀତ ମହାରାଷ୍ଟ୍ର, ପଶ୍ଚିମ ବଙ୍ଗ, ଗୁଜରାଟ ରେ ପାଳନ କରିଥାନ୍ତି । ଏହି ପୂଜା କୁ ଏହି ରାଜ୍ୟ ମାନଙ୍କ ରେ ବହୁ ଆଡମ୍ବର ରେ ଭକ୍ତି ପାଳନ କରନ୍ତି । ଏହି ପୂଜା ପର୍ବ ଗୁଡିକ ମନୁଷ୍ୟ ର ସ୍ୱାସ୍ଥ୍ୟ ଏବଂ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇ ଥାଏ । ପରସ୍ପର କୁ ସ୍ନେହ, ପ୍ରେମ ଓ ମୈତ୍ରୀ ରେ ବାନ୍ଧି ରଖିଥାଏ। ତେଣୁ ଏହି ଦିନଟିକୁ ଭାରତର ବିଭିନ୍ନ ସ୍ଥାନରେ ଖୁବ୍ ଆଡ଼ମ୍ବର ସ‌ହକାରେ ପାଳନ କରାଯାଇଥାଏ ।
ରାଜସ୍ମିତା ବାରିକ୍ , ନୀଳଗିରି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ