କୃଷିଭିତ୍ତିକ ଜାତୀୟ କର୍ମଶାଳା ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଆର୍.ସୀତାପୁର ଠାରେ ସେଂଚୁରିୟାନ୍ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଏମ୍.ଏସ୍.ସ୍ୱାମୀନାଥନ୍ କ୍ରୁଷି ଅନୁଷ୍ଠାନରେ ନିର୍ଦ୍ଧିଷ୍ଟ କୃଷିଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି ତିନିଦିନିଆ ଆଭାସୀ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ଅଭିଗ୍ୟ କ୍ରୁଷିବିତ୍ ଯୋଗଦାନ କରିଥିଲେ। ଉକ୍ତ ଅନୁଷ୍ଠାନର ସହଯୋଗୀ ପ୍ରଫେସର ଡ.ଚିତ୍ରସେନ ପାଢୀ ସଂଯୋଜନା କରିଥିଲେ। ରେଜିଷ୍ଟ୍ରାର ଡ. ଅନିତା ପାତ୍ର କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ। ଏକ ଚିରସ୍ଥାୟୀ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ଯମରେ ସାର୍ବଜନୀନ କ୍ରୁଷି ସଂଚାର ପଦ୍ଧତି ଉପରେ ବକ୍ତାମାନେ ଆଲୋକପାତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଅନୁଷ୍ଠାନର ଡିନ୍ ଡ.ସାଗର ମୈତ୍ର, ପ୍ରଫେସର୍ ଅଶୋକ ମିଶ୍ର,ଡ. ଚିନ୍ତାମଣି ପଣ୍ଡା, ଆ.ସି.ଏ.ଆର୍.ର ବୈଗ୍ୟାନିକ ଡ.ଅଂଚଳ ଦାସ,ଡ. ପ୍ରଫୁଲ୍ଲ କୁମାର ପଣ୍ଡା, ଡ.ସୌମିକ୍ ରାଏ, ଡ.ଲାଲିଚେଟ୍ଟି ସାଗର,ସୁଶାନ୍ତ କୁମାର ନାୟକ ଏବଂ ଚୀନ୍ମୟ ନନ୍ଦ ନିଜନିଜର ମନ୍ତବ୍ୟ ରଖିଥିଲେ। ଏହାକୁ ସଫଳ କରାଇବାରେ ଡ. ବନୀତାମଣୀ ମଲ୍ଲିକ,ଏନ୍. ଜୀବରତ୍ନମ୍, କାଳୀପ୍ରସନ୍ନ ପଟ୍ଟନାୟକ ଏବଂ ଡି. ଜେ. ଗାଏକଓ୍ୱାଡ୍ଂକ ପ୍ରମୁଖ ଭୂମିକା ଥିଲା।