କୋଣାର୍କ ଅର୍ବାନହାଟ ଠାରେ ୭ ଦିନିଆ ଗାନ୍ଧୀ ଶିଳ୍ପ ବଜାର ଊଦଘାଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଅର୍ବାନହାଟ ପରିସରରେ ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ସହାୟତାରେ ହସ୍ତଶିଳ୍ପ ସେବା କେନ୍ଦ୍ର, ଭୁବନେଶ୍ବର ଆନୁକୁଲ୍ୟରେ ୭ଦିବସୀୟ ଗାନ୍ଧୀ ଶିଳ୍ପ ବଜାର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଶଙ୍ଖ ଓ ସାପୁକା ଶିଳ୍ପରେ ଜାତୀୟ ପୁରସ୍କାର ପ୍ରାପ୍ତ କାରିଗର ଜଗନ୍ନାଥ ମହାପାତ୍ର, ପୁରୀର ବିଶିଷ୍ଟ ସମାଜସେବୀ ରାଜେଶ କୁମାର ମହାନ୍ତି ଓ ହସ୍ତଶିଳ୍ପ ସେବା କେନ୍ଦ୍ରର ସହାୟକ ନିର୍ଦ୍ଦେଶକ ପୁଷ୍ପ ରାଜନ ପ୍ରମୁଖ ଯୋଗଦେଇ ଏହି ଶିଳ୍ପ ବଜାର ମାଧ୍ୟମରେ ଭାରତବର୍ଷର ବିଭିନ୍ନ ରାଜ୍ୟର ବୁଣାକାର ଓ କାରିଗର ମାନେ ଯୋଗଦାନ କରି ସେମାନଙ୍କ ଦ୍ଵାରା ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି କରି ସେମାନଙ୍କ ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଓ ଆତ୍ମନିର୍ଭରଶୀଳ ଦିଗରେ ପ୍ରକୋଷ୍ଠ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତି ବିଶାରଦ ସ୍ବର୍ଗତ ଡଃ ମନମୋହନ ସିଂହଙ୍କ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ଦୀପ ଦାନ କରାଯାଇଥିଲା। ଏହି ଗାନ୍ଧୀ ଶିଳ୍ପ ବଜାର ମେଳାରେ ୫୦ ଗୋଟି ଷ୍ଟଲ ପ୍ରଦର୍ଶୀତ ହୋଇଥିବା ବେଳେ ୩୫ଗୋଟି ସାଧାରଣବର୍ଗର କାରିଗର ଓ ୧୫ ଗୋଟି ଅନୁସୂଚିତ ଜାତି ଓ ଜନଜାତି ବର୍ଗର କାରିଗର ମାନଙ୍କ ସଂରକ୍ଷଣ କରାଯାଇଛି। ଏହି ଉଦଘାଟନୀ ସମାରୋହକୁ ହସ୍ତଶିଳ୍ପ ସେବା କେନ୍ଦ୍ରର ଶୁଭଜିତ୍ କର୍ମକାର ଓ ସମାଜସେବୀ ମିନର୍ଭା ରାଉତ ସମେତ ସମସ୍ତ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ। ଏହି ଗାନ୍ଧୀ ଶିଳ୍ପ ବଜାର ଡିସେମ୍ବର ୨୭ ରୁ ଆରମ୍ଭ ହୋଇ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ