କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ବାର୍ଷିକ ଉତ୍ସବ ଅନୁଷ୍ଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ବାର୍ଷିକ ଉତ୍ସବ ଓ ପୂଜ୍ୟ କୁମାର ଭାଇଙ୍କ ପବିତ୍ର ପଦଯାତ୍ରାର ସ୍ମୃତି ସଭା ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଜାଗରଣ ସଂଗୀତ ସୂର୍ଯ୍ୟ ପୂଜା, ଧ୍ୟାନ, ବିଶ୍ଵଶାନ୍ତି ପାଇଁ ପ୍ରାର୍ଥନା ଓ ନାମ ସଂକୀର୍ତ୍ତନ କରାଯାଇଥିଲା। ଏଥିରେ ଅତିଥି ଭାବେ କୁମାର ଭାଇଙ୍କ ସହଧର୍ମିଣୀ ମା ଶାରଦା ଦେବୀ, କୋଣାର୍କ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠି, ସୁପ୍ରିମକୋର୍ଟର ଆଇନଜୀବୀ ବିରଜା ମହାପାତ୍ର, ଶୋଭନୀୟ ଆନ୍ଦୋଳନର ସମ୍ପାଦିକା-ନିର୍ଦ୍ଦେଶିକା ଡ. ଅରୁନ୍ଧତୀ ଦେବୀ, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ,ଅର୍କଶ୍ରୀ ସମ୍ପାଦକ ଉମେଶ ସ୍ବାଇଁ, କଟକ ରେବାଦେବୀ ଶୋଭନୀୟ ଶିକ୍ଷାଶ୍ରମର ଅଧ୍ୟକ୍ଷା ବନଲତା ଦେବୀ ପ୍ରମୁଖ ଯୋଗଦେଇ କୁମାର ଭାଇଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷାଶ୍ରମର ବିଦ୍ୟାର୍ଥୀ ମାନେ ବିଭିନ୍ନ ପ୍ରକାରର ପ୍ରତିଭା ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ପୂର୍ବରୁ ଆୟୋଜିତ କ୍ରୀଡା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ବିଦ୍ୟୁଲତା ଶତପଥୀ, ମନୋରମା ମିଶ୍ର, ଗୀତାଞ୍ଜଳି ସାହୁ, ପ୍ରଭାତି ନାୟକ ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ