କ୍ରସରରୁ ମୂଲ୍ୟବାନ ସାମଗ୍ରୀ ଚୋରି ୨ ଭାଇ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ଥାନା ମହୁଡା ଗ୍ରାମ ନିକଟରେ ଥିବା ବାଲାଜୀ ଷ୍ଟୋନ କ୍ରସର କମ୍ପାନୀ ରୁ ମୂଲ୍ୟବାନ ସାମଗ୍ରୀ ଚୋରି ଘଟଣାରେ ସମ୍ପୃକ୍ତ ୨ ଭାଇଙ୍କୁ ପୋଲିସ ବୁଧବାର ଗିରଫ କରିଛନ୍ତି । ଅଭିଯୁକ୍ତ ଦ୍ବୟ ହେଲେ ମହୁଡା ଗ୍ରାମର ମନୋଜ ଦାସ ଓ ବାବୁ ଦାସ । ଥାନା ମାମଲା ନଂ.୪୧୩/୨୪ ଅନୁଯାୟୀ ଉଭୟଙ୍କୁ ବ୍ରହ୍ମପୁର ସଦର କୋର୍ଟ କୁ ଚାଲାଣ କରାଯାଇଛି। ବ୍ରହ୍ମପୁର ବଡ ବଜାର ଥାନା ରେଡିକା ସାହି ରେ  ରହୁଥିବା ଷ୍ଟୋନ କ୍ରସର କମ୍ପାନୀ ମାଲିକ ବି. ବାଲାଜୀ ରେଡ୍ଡୀ ଙ୍କ କ୍ରସର କମ୍ପାନୀ ପ୍ରାୟ ୨୦ ଦିନ ବନ୍ଦ ଥିଲା। ସେ ଗତ ମଙ୍ଗଳବାର ସେ କମ୍ପାନୀ  କୁ ଯାଇ ଦେଖିବା ବେଳେ ସେଥିରୁ ବହୁ ପରିମାଣର ଯନ୍ତ୍ରାଂଶ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ କିଛି ଦୁର୍ବୃତ୍ତ କ୍ରସର ୟୁନିଟ ପଛପଟ ଦେଇ ଭିତରେ ପଶି ପ୍ରାୟ ୧୨ ଲକ୍ଷ ଟଙ୍କାର ୨ ଟି ମୋଟର, ୬ ଟି ବ୍ୟାଟେରୀ,୮ ଟି ଷ୍ଟ୍ରିଂଗ ନଟ ବୋଲ୍ଟ କଭର ରଡ,ଜବ ପ୍ଲେଟ ଏବଂ ଗିୟର ବକ୍ସ ପ୍ରଭୃତି ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରାଇ ନେଇଥିବା ଜାଣିଥିଲେ। ବାଲାଜୀ ମହୁଡ଼ା ଗ୍ରାମରେ ପହଞ୍ଚି ଗ୍ରାମବାସୀ ଙ୍କୁ ଘଟଣା ଜଣାଇଥିଲେ। ଗ୍ରାମର ମନୋଜ ଏବଂ ବାବୁ କିଛିଦିନ ହେଲା ଗାଁ ରେ ଅନୁପସ୍ଥିତ ଥିଲେ। ସେ ଦୁହେଁ ଘରକୁ ଆସିଲେ ମୋତେ ଜଣାଇବାକୁ  ସେ ତାଙ୍କ ପରିବାର ଲୋକଙ୍କୁ କହି ଫେରିଥିଲେ। ହେଲେ ସେମାନେ ତାଙ୍କୁ ସାକ୍ଷାତ କରିନଥିଲେ। ଏନେଇ ସେ ଦୁହିଁ ଙ୍କ ଉପରେ ବାଲାଜୀ ଙ୍କ ସନ୍ଦେହ ହୋଇଥିଲା।  ଏନେଇ ସେ ଥାନାରେ ଏତଲା ଦେବାପରେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର  ଥାନା ମାମଲା ନଂ. ୪୧୩/୨୪ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ।ତଦନ୍ତକାରୀ ପୋଲିସ ଅଧିକାରୀ ଏଏସଆଇ ମନୋଜ ସିଂ ମଙ୍ଗଳବାର ରାତିରେ ମହୁଡା ଗ୍ରାମରେ ଚଢାଉ କରି ମନୋଜ ଓ  ବାବୁ ୨ ଭାଇଙ୍କୁ ସନ୍ଦେହରେ ଥାନାକୁ ଉଠାଇ ଆଣି ଜେରା କରିଥିଲେ । ପରବର୍ତ୍ତୀ ସମୟରେ ସେମାନେ କ୍ରସର ମେସିନ ର ସାମଗ୍ରୀ ଚୋରି କରି ବ୍ରହ୍ମପୁରର ହରିଶଙ୍କର ଗୁପ୍ତା ଙ୍କ କବାଡି ଦୋକାନରେ ବିକ୍ରୀ କରିଥିବା ସ୍ବୀକାର କରିଥିଲେ । ସେମାନଙ୍କ ସୂଚନାକ୍ରମେ ପୋଲିସ ଟିମ୍ ବ୍ରହ୍ମପୁର ପହଞ୍ଚି ଉକ୍ତ କବାଡି ଦୋକାନରୁ ପ୍ରାୟ ୯୫ ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ଚୋରି ସାମଗ୍ରୀ ଅଭିଯୁକ୍ତ ଦ୍ବୟଙ୍କ ଉପସ୍ଥିତିରେ ଜବତ କରିଥିଲେ। ଏହି ଚୋରି ଘଟଣାରେ ସମ୍ପୃକ୍ତ ମହୁଡା ଗ୍ରାମର ଟିକି ଦାସ ଏବଂ ବ୍ରହ୍ମପୁର ଗୋସାଣୀ ନୂଆଗାଁର ସିଲୁ ଦଳୁଆ ନାମକ ୨ ଅଭିଯୁକ୍ତ ଫେରାର ଥିବା ବେଳେ ଅନ୍ୟାନ୍ୟ ଚୋରି ସାମଗ୍ରୀ କେଉଁଠାରେ ବିକ୍ରୀ ହୋଇଛି ପୋଲିସ ଏହାର ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଫେରାର ୨ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ