କ୍ରିକେଟ୍ ବେଟିଂ ପାଇଁ 3 କୋଟି ସରକାରୀ ଟଙ୍କା ଆତ୍ମସାତ କଲେ ପିଇଓ

କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ପୋଡାପଦର ଏବଂ ତାଳନେଗି ଜିପିର ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି। ସେ ଦୁଇଟି ଜିପିର 15 ଟି ସିଏଫସି ଏବଂ 5 ମ ଏସଏଫସି ଆକାଉଣ୍ଟ ଅଧୀନରେ 3.26 କୋଟି ଟଙ୍କା (ତାଳନେଗି ଜିପିରୁ 1,71,86,342 ଟଙ୍କା ଏବଂ ପୋଡାପଦର ଜିପିରୁ 1,55,00,758 ଟଙ୍କା) ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ତାଙ୍କର ସରକାରୀ କ୍ଷମତାର ଅପବ୍ୟବହାର କରି ଏବଂ ପବ୍ଲିକ୍ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ ବ୍ୟବହାର କରି ଚେକ୍ ଡ୍ର ଏବଂ ଅନଲାଇନ୍ ଟ୍ରାନ୍ସଫର ମାଧ୍ୟମରେ ଉପରୋକ୍ତ ଜିପିର ସରପଞ୍ଚଙ୍କ ଦସ୍ତଖତ ଜାଲ କରି ତାଙ୍କ ବ୍ୟକ୍ତିଗତ SBI ଆକାଉଣ୍ଟକୁ ପଠାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ