କ୍ରୀଡା ଓ ସମାଜ ସେବା କ୍ଷେତ୍ରରେ ୩ ଜଣକୁ ସମ୍ବର୍ଦ୍ଧନା

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାରିପଦା ଦେଉଳସାହି ରଥପଡ଼ିଆରେ କୁମାର ଉତ୍ସବ କମିଟି ପକ୍ଷରୁ ୫୩ତମ କୁମାରଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି. ବୁଧବାର ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦମାଣ୍ଡି, ୱାର୍ଡ କାଉନସିଲର ଦେବାଶିଷ ପାତ୍ର, ବାରିପଦା ଟାଉନ ଥାନା ଅଧିକାରୀ ସୁମିତ କୁମାର ସୋରେନ, ଭଞ୍ଜସେନାର ଜିଲ୍ଲା ସଭାପତି ପିଣ୍ଟୁ ମାଇତି, ସରୋଜ ମହାପାତ୍ର, କମିଟିର ସଭାପତି ବନବିହାରୀ ମତଗଜ,ସମ୍ପାଦକ ଶିବୁ ରଣା ଓ ସଂଯୋଜକ କାର୍ତ୍ତିକେଶ୍ୱର ରଣା ପ୍ରମୁଖ ଯୋଗ ଦେଇଥିଲେ. ସେହିପରି ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଭାଦବ ହାଁସଦା, ବିଜେଡ଼ି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ସମାଜସେବୀ ବିପ୍ଳବ ଭଞ୍ଜନ ବୁଗୁଡ଼େଇ ପ୍ରମୁଖ ଯୋଗ ଦେଇଥିଲେ. ଏହି ଅବସରରେ କମିଟି ପକ୍ଷରୁ କ୍ରୀଡା ଓ ସମାଜ ସେବା କ୍ଷେତ୍ରରେ ୩ ଜଣକୁ ସମ୍ବର୍ଦ୍ଧିତ କରା ଯାଇଥିଲା. କ୍ରୀଡା ପାଇଁ ପୂର୍ବତନ ଫୁଟବଲ ଖେଳାଳି, ଅଭିନେତା ତଥା ଫୁଟବଲ ଫେଡରେସନ ଅଫ ଓଡ଼ିଶାର ରାଜ୍ୟ ଉପ ସଭାପତି ଅସିତ ବରଣ ପତି, ସମାଜସେବା ପାଇଁ କାଶୀନାଥ ରଣା ଓ କୁସୁମ ପଣ୍ଡାଙ୍କୁ ଅତିଥି ମାନେ ସମ୍ବଦ୍ଧିତ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ପାତ୍ର, ଗଣେଶ୍ବର ରଣା, ଲମ୍ବୋଦର ରଣା, ଅମିତ କୁମାର ପଣ୍ଡା, ଜ୍ୟୋତି ପ୍ରସାଦ ପାତ୍ର, ଜୟଚକ୍ର ଦାସ, ଶମ୍ଭୁନାଥ ରଣା, ସୌମ୍ୟରଞ୍ଜନ ପଟ୍ଟନାୟକ, ତାପସ କୁମାର ପାଢ଼ୀ, ନିମାଇଁ ତ୍ରିପାଠୀ, କଳିଙ୍ଗ କେଶରୀ ଜେନା, ପ୍ରଭାତ ମହାନ୍ତି, ଅନିଲ କୁମାର ପଣ୍ଡା ସୌମ୍ୟଶ୍ରୀ ବିନ୍ଧାଣୀ, ରାକେଶ ରଣା, ଶୈଳଜ ସାମଲ ଏବଂ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ