କ୍ଷୀର ବ୍ୟବସାୟୀ ହତ୍ୟା ଘଟଣାରେ କ୍ଷୀର ଗାଡି ଡ୍ରାଇଭର ମାଷ୍ଟର ମାଇଣ୍ଡ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ହିଲପାଟଣା ଠାରେ ପ୍ରତିଷ୍ଠିତ ଲମ୍ବୋଦର ମୁନି ହତ୍ୟା ଘଟଣାରେ ପୋଲିସ କୁ ମିଳିଛି ସଫଳତା |ମାଷ୍ଟର ମାଇଣ୍ଡ ତଥା କ୍ଷୀର ଗାଡି ଡ୍ରାଇଭର କୁ ପୋଲିସ ଅଟକ ରଖିଛି | ତାକୁ ପଚାର ଉଚାର ବେଳେ ଅନେକ ତଥ୍ୟ ପାଇ ପୋଲିସ ଆଉ ୪ ଜଣକୁ ଆଣି ଅଟକ ରଖିଛି |ସମସ୍ତ ଯୁବକ ନେହେରୁ ନଗର ଓ ବିଜିପୁର ଅଞ୍ଚଳର ବୋଲି ଜଣା ପଡିଛି |ସେମାନଙ୍କ ନିକଟରୁ ପୋଲିସ ୫ ଲକ୍ଷ ଟଙ୍କା, ସୁନା ଘଣ୍ଟା, ହୀରା ମୁଦି, ଚେନ ଜବତ କରିଛି |ଡ୍ରାଇଭର ଜଣକ ପୂର୍ବରୁ ମଧ୍ୟ ଲମ୍ବୋଦର ମୁନି ଙ୍କ ଉପରେ ଆକ୍ରମଣ ଉଦ୍ୟମ କରିଥିଲା |ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା |ଏହା ସହ ଘଟଣା ଦିନ ମାଷ୍ଟର ମାଇଣ୍ଡ ଡ୍ରାଇଭର ଘଟଣା ସ୍ଥଳରେ ରହି ପୋଲିସ ର ଗତିବିଧି ଉପରେ ନଜର ରଖୁଥିଲା | ହତ୍ୟାକାରୀ ମାନେ ମଧ୍ୟ ଘଟଣା ସ୍ଥଳୀରେ ରହି ଲୋକଙ୍କ ଭିଡ ଓ ପରିସ୍ଥିତି ଅନୁଧ୍ୟାନ କରୁଥିଲେ |ଲମ୍ବୋଦର ମୁନି ଙ୍କ ଶରୀର କୁ ପୁରୀ ନେଇ ଶେଷକୃତ ସାରି ଫେରିଲାବେଳକୁ ପୋଲିସ ହତ୍ୟାକାରୀ ମାନଙ୍କୁ ଠାବ କରି ନେଇଥିଲା |ହତ୍ୟାରେ ସମ୍ପୃକ୍ତ ଆହୁରି ଦୁଇ ଜଣକୁ ପୋଲିସ ଧରିବା ପାଇଁ ଚେଷ୍ଟା ଚଳେଇଛି |ମୁଖ୍ୟତଃ ଟଙ୍କା ଲୋଭ ରେ ଏହି ହତ୍ୟାକାଣ୍ଡ ଘଟିଛି ଲୁଟେରା ଙ୍କ ଉଦେଶ୍ୟ ହତ୍ୟା କରିବା ନଥିଲା ବରଂ ଲୁଟ କରିବା ଥିଲା |ଲମ୍ବୋଦର ମୁନି ଶେଷ ପର୍ଯ୍ୟନ୍ତ ଲୁଟେରା ଙ୍କ ସହ ଲଢୁଥିବାବେଳେ ଶେଷରେ ବାଧ୍ୟ ହୋଇ ଲୁଟେରା ମାନେ ହତ୍ୟା କରିଥିଲେ |ପୋଲିସ ନିକଟରେ ସବୁ cctv ରହିଥିବା ଜଣାପଡିଛି |ପୋଲିସ ଦୁର୍ବୁତ୍ତ ମାନଙ୍କୁ ଦଫା ୩୯୬ ଧାରା ଅର୍ଥାତ ଡକାୟତ ଓ ହତ୍ୟା ମାମଲାରେ କୋର୍ଟ ଚାଲାଣ କରିବ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ