କ୍ଷୁଦ୍ର ଓ ମଧ୍ୟମ ଧରଣ ବ୍ୟବସାୟୀଙ୍କ ଜୀବନଜୀବିକା ପ୍ରଭାବିତ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି ।ପ୍ରବାସୀଙ୍କ ଠାରେ ଚିହ୍ନଟ ପରେ ବର୍ତ୍ତମାନ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି ବୋଲି ଆଲୋଚନା ହେଉଛି ।ଏହି ଭୟାଭୟତାକୁ ଏଡାଇବା ତଥା ନିୟନ୍ତ୍ରଣରେ ରଖିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଜୁନ୍ ୩୦ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାକୁ ମଧ୍ୟାହ୍ନ ୧୨ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରିଛନ୍ତି ।ତା ସହ ସକାଳ ୭ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଜିନିଷ ତଥା ପରିବା, ଗ୍ରୋସୋରୀ , କ୍ଷୀର,ଆମିଷ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ।ଏମାନଙ୍କୁ ଛାଡି ଅନ୍ୟ ସମସ୍ତ ବର୍ଗର ଦୋକାନ ଗୁଡିକ ସମ୍ପୂର୍ଣ୍ଣ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ଗତ ଅଢ଼େଇ ମାସର ଲକ୍ ଡାଉନ ପରେ ବେଲଗୁଣ୍ଠା ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସହ ସକାଳ ୭ରୁ ସଂଧ୍ୟା ୭ ଟା ଲୁଗା, ଇଲେକ୍ଟ୍ରୋନିକ୍ସ,ଇଲେକ୍ଟ୍ରିକାଲ,ଚପଲ ଦୋକାନ, ମିଠା ଦୋକାନ,ଷ୍ଟେସନାରୀ ଦୋକାନ,ଗ୍ୟାରେଜ ଗୁଡିକ ଖୋଲାରହୁଥିଲା ।ଏବଂ ଦୋକାନି ମାନେ କିଛି ଦିପଇସା ଆଦାୟ କରି ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଚେଷ୍ଟା କରୁଥିଲେ ।କିନ୍ତୁ ଗଞ୍ଜାମରେ ପୁଣି ଲକ୍ ଡାଉନ ଘୋଷଣା ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇଦେଇଛି ।କରୋନା ଭୟାବହତା ପାଇଁ ଲକ୍ ଡାଉନ କୁ ସମର୍ଥନ କରୁଥିଲେ ମଧ୍ୟ ସରକାର ତରଫରୁ କିଛି ସାହାଯ୍ୟ ଆଶା କରିଛନ୍ତି କିଛି କ୍ଷୁଦ୍ର ବ୍ୟବସାୟୀ । ଏପରି ହାତ ବାନ୍ଧି ବସିଲେ ପରିବାର ପ୍ରତିପୋଷଣ କେମିତି ହେବ,ନିଜ ଦୋକାନ ଗୃହ ଭଡା କେମିତି ଦେବେ ଏ ନେଇ ଚିନ୍ତାରେ ପଡିଛନ୍ତି ।ସକାଳ ୭ଟାରୁ ୧୨ଟା ମଧ୍ୟ ଏହି ଦୋକାନ ଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ଦେଲେ ସେମାନେ ସମସ୍ତେ କରୋନ ନିୟମାବଳୀ ମାନି ବ୍ୟବସାୟ କରିବେ ଏବଂ ନିଜ ଆର୍ଥିକ ମେରୁଦଣ୍ଡ କିଛି ମାତ୍ରାରେ ସଜାଡିପାରିବେ ବୋଲି ବ୍ୟବସାୟୀ ମାନେ ପ୍ରତିକ୍ରିୟା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ