ଖତ ଖାଉଛି ଫୁଲବାଣୀ ମାନସିକ ଚିକିତ୍ସା କେନ୍ଦ୍ର

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଫୁଲବାଣୀ ସହରର ରାସ୍ତାଘାଟରେ ବୁଲୁଛନ୍ତି ପାଗଳ । ଗ୍ରାମାଂଚଳ ମାନସିକ ରୋଗୀଙ୍କ ହିସାବ କାହା ପାଖରେ ବି ନାହିଁ । ଅପର ପକ୍ଷରେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାନସିକ ରୋଗୀ ଚିକିତ୍ସା କେନ୍ଦ୍ର ପଙ୍ଗୁ ହୋଇ ପଡି ରହିଛି । କାଗଜ କଲମରେ ଗତ ୧୩ ବର୍ଷ ହେଲା ଚାଲିଥିବା ଏହି ମାନସିକ ରୋଗୀ ବିଭାଗରେ ଆଜି ପର୍ଯ୍ୟନ୍ତ କୌଣସି ଡାକ୍ତର ନିଯୁକ୍ତ ହୋଇ ନାହାନ୍ତି । କେବଳ ଜଣେ କ୍ଲିନିକାଲ ସାଇକୋଲୋଜିଷ୍ଟ, ଜଣେ ରେକର୍ଡ କିପର ଓ ଜଣେ କେସ ରେଜିଷ୍ଟର ଆସିଷ୍ଟାଣ୍ଟଙ୍କୁ ନେଇ ଚାଲିଛି ଏହି ବିଭାଗ । ସୂଚନା ଯୋଗ୍ୟ ଗତ ୨୦୦୭ ମସିହାରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୍‌ଦ୍ୱାରା ଜିଲା ମୂଖ୍ୟ ଚିକିତ୍ସାଳୟ ପରିସରରେ ମାନସିକ ଚିକିତ୍ସା ବିଭାଗଟି ଉଦଘାଟିତ ହୋଇଥିଲା ଏହି ମାନସିକ ଚିକିତ୍ସା କେନ୍ଦ୍ର ପାଇଁ ରାଜ୍ୟ ସରକାର ଦୁଇଟି ଦଫାରେ ୨୯ ଲକ୍ଷ ଟଙ୍କର ଅନୁଦାନ ମଞ୍ଜୁରୀ କରିବାସହିତ ମାନସିକ ରୋଗୀଙ୍କର ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଅଧୁନିକ ଯନ୍ତ୍ରପାତି ଇ.ସି.ଜି ମେସିନ ସମେତ କାର‌୍ୟାଳୟ ପାଇଁ ଆଲମାରୀ କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଯୋଗାଇ ଦେଇଥିଲେ ସରକାର । ଏହି ୟୁନିଟ ପାଇଁ ସରକାର ଗୋଟିଏ ମନସ୍ତତ୍ୱବିତ୍ ଜଣେ ନର୍ସ ସମେତ ଜଣେ ସ୍ୱେଛାସେବୀଙ୍କୁ ନିଯୁକ୍ତି ପାଇଁ ମଧ୍ୟ ମଞ୍ଜୁରୀ ଦେଇଥିଲେ ସରକାର । ତେବେ ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ବିଭାଗ ପାଇଁ ଡାକ୍ତର କିମ୍ବା କୌଣସି ବୈଷୟିକ କର୍ମଚାରୀ ନିଯୁକ୍ତ ନ ହେବାରୁ ବସ୍ତୁତଃ ଏହି ବିଭାଗଟି ନିଜର ଦାୟିତ୍ୱ ସମ୍ପାଦନରେ ବିଫଳ ହୋଇଥିବା ଜଣାପଡିଛି । ପ୍ରଥମରୁ କଟକ ବଡ ଡାକ୍ତରଖାନାରୁ ଜଣେ ଡାକ୍ତର ମାସକୁ ତିନି ଦିନ ପାଇଁ ଆସି ରୋଗୀଙ୍କ ଚିକିତ୍ସା କରୁଥିଲେ । କିଛି ଦିନ ପରେ ତାଙ୍କ ଆସିବା ମଧ୍ୟ ବନ୍ଦ ହୋଇ ଯାଇଥିଲା । ଏବେ ଜଣେ ମନୋ ଚିକିତ୍ସକ ସେହି ମାସକୁ ତିନିଦିନ ପାଇଁ ରୋଗୀ ଦେଖୁଥିବା ଜଣାପଡିଛି । ଏହି ବିଭାଗ ପାଇଁ ସ୍ତତନ୍ତ୍ର ଗୃହ ନିର୍ମାଣ ମଧ୍ୟ କେବଳ ପ୍ରସ୍ତାବରେ ଅଟକି ରହିଛି । ଯକ୍ଷ୍ମା ବିଭାଗର ତିନୋଟି ଛୋଟ କୋଠରୀରେ ଚାଲିଛି ମେଣ୍ଟାଲ ଓାର୍ଡ । ଡାକ୍ତରଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀ ସବୁବେଳେ ଖାଲି ପଡିଥିବା ବେଳେ ଅନ୍ୟ ଦୁଇଟି କୋଠରୀରେ ରେକର୍ଡ କିପର ଓ କେସ ରେଜିଷ୍ଟର ଆସିଷ୍ଟାଣ୍ଟଣ୍ଟ ବସୁଛନ୍ତି । ସେହିଭଳି ନିଜସ୍ୱ ଗୃହ ନ ଥିବାରୁ ଭେଷଜ ଓାର୍ଡର ୧୦୯ଟି ଶଯ୍ୟା ମାନସିକ ରୋଗିଙ୍କ ପାଇଁ ରଖାଯାଇଛି । ତେବେ ଏହି ଶଯ୍ୟା ଗୁଡିକରେ ପ୍ରାାୟତଃ ଭେଷଜ ବିଭାଗର ରୋଗୀମାନେ ହିଁ ଚିକିତ୍ସିତ ହେଉଥିବା ଦେଖାଯାଉଛି । ମନସିକ ରୋଗ ବିଭାଗର ରେଜିଷ୍ଟରରୁ ଏହି ବିଭାଗ ଦ୍ୱାରା ଗତ ଦଶ ବର୍ଷ ମଧ୍ୟରେ ୨ ହଜାର ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି । ତେବେ ଏଥି ମଧ୍ୟରୁ କେତେଜଣ ବର୍ହିବିଭାଗ ଓ କେତେଜଣ ଆନ୍ତଃ ବିଭାଗ ରୋଗୀ ତାହା ଜଣାପଡୁନାହିଁ । ଏ ସଂପର୍କରେ ଜିଲା ମୂଖ୍ୟ ଚିକିତ୍ସାଧିକାରୀ ଡଃ ରାଜେଶ୍ୱରୀ ପଟ୍ଟନାୟକଙ୍କୁ ପଚାରିବାରେ ସେ ଜଣାଇଛନ୍ତି ଯେ ପ୍ରାୟତଃ ମାନସିକ ରୋଗୀ ମାନଙ୍କୁ ବିଭିନ୍ନ ଭ୍ରାମ୍ୟମାଣ ୟୁନିଟ ଦ୍ୱାରା ଚିକିତ୍ସା କରାଯାଇଛି । ସେହିଭଳି ସହରର ରାସ୍ତା ଘାଟରେ ବୁଲୁôଥିବା ମାନସିକ ବିକୃତ ରୋଗୀଙ୍କ ପାଇଁ ରହଥିବା ବ୍ୟବସ୍ଥା ବିଷୟରେ ପଚାରିବାରେ ଡଃ ପଟ୍ଟନାୟକ କହିଛନ୍ତି ଯେ ଆମର ଏଠାରେ କୌଣସି ମାନସିକ ରୋଗୀଙ୍କ ପାଇଁ ୱାର୍ଡ ନଥିବାରୁ ଏବଂ ଏଠାରେ କୌଣସି ସ୍ଥାୟୀ ମାନସିକ ଚିକିତ୍ସକ ନ ଥିବାରୁ ସେମାନଙ୍କୁ ଆଣି ଏଠାରେ ରଖି ସେମାନଙ୍କର ଚିକିତ୍ସା କରିବା ଅସୁବିଧା ହେଉଛି । ତେବେ ଆରମ୍ଭରୁ ଏଠାରେ ଜଣେ ସାଇକାଟ୍ରିକ୍ସ ପଦବୀ ଥିଲେ ମଧ୍ୟ ଏ ଯାଏଁ କାହାକୁ ପୋଷ୍ଟିଙ୍ଗ କରାଯାଇ ନାହିଁ । ଏଠାରେ ଥିବା ଭେଷଜ ବିଭାଗରେ ହିଁ ମାନସିକ ରୋଗୀ ମାନଙ୍କର ଚିକିତ୍ସା କରାଯାଉଛି । ସେଥିପାଇଁ ଜଣେ ସାଇକୋ ସୋସିଓଲୋଜିଷ୍ଟ ଅଚନ୍ତି ସେ ମାସରେ ୨ଥର ଆସନ୍ତି ଏବଂ ରøାଗୀ ମାନଙ୍କୁ ମରାମର୍ଶ ଦେବାସହିତ େଓøଷଧ ଦେଇଥାଆନ୍ତି । ତାଙ୍କ ସହିତ ଏଠାରେ ଜଣେ କାଉନସେଲର ଓ ଜଣେ ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି ବୋଲି କହିଛନ୍ତି ଡା.ରାଜେଶ୍ୱରୀ ପଟ୍ଟନାୟକ । ତେବେ ବର୍ତମାନ କରୋନା ଯୋଗୁଁ ସେ ଗତ ପ୍ରାୟ ୬ ମାସ ହେଲା ଆସୁନାହାନ୍ତି ବୋଲି କହିଛନ୍ତି । କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ଗତ ଦଶ ବର୍ଷ ଭିତରେ ଏହି ବିଭାଗ ପାଇଁ ୨୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଥିବା ଜଣାପଡିଛି । ସରକାର ଏହି କେନ୍ଦ୍ର ପାଇଁ ପ୍ରଥମ ଦଫାରେ ୨୨ ଲକ୍ଷ ଟଙ୍କାର ଅନୁଦାନ ଦେଇଥିବା ବେଳେ ଦ୍ୱିତୀୟ ଦଫାରେ ପ୍ରାୟ ସାଢେ ୭ ଲକ୍ଷ ଟଙ୍କା ଦେଇଥିବା ସୂଚନା ମିଳିଛି । ଏହି ଟଙ୍କାରେ େଓøଷଧ କ୍ରୟ , ତାଲିମ ଓ ପ୍ରଚାର ପାଇଁ ଖର୍ଚ୍ଚ କର୍‌ାଇଥିବା ଡାକ୍ତରଖାନାର କଗଜ ପତ୍ରରୁ ଜଣାପଡିଛି । ବର୍ତମାନ ସେହି ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ତାଲା ପଡିଛି । ନାମକୁ ମାତ୍ର ରହିଛି ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ