ଖରିଫ ଚାଷରେ କେନାଲ ପାଣିରୁ ଉପକୃତ ହୋଇଛନ୍ତି ଚାଷୀ
ବନ୍ତ, (ଚାନ୍ଦିନୀ ମହାନ୍ତି):ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ଯୋଗୁ ଚାଷ କାର୍ଯ୍ୟ କିପରି ହେବ ସେନେଇ ବନ୍ତ ବ୍ଲକର ଚାଷୀ ମାନେ ଚିନ୍ତା ପ୍ରକଟ କରିଥିଲେ । ବର୍ଷା ନହେବା ଫଳରେ ପ୍ରଥମେ ତଳି ପକାଇବା ନେଇ ସମସ୍ୟା ଦେଖାଯାଇଥିଲ । । ଏଭଳିସ୍ଥିତିରେ ଜଳ ସେଚନ ବିଭାଗ ପକ୍ଷରୁ କେନାଲ ଜରିଆରେ ପାଣି ଯୋଗାଇ ଦିଆଯାଇଥିଲ । ଶାଳନିଆ ଜଳ ସେଚନ ଉପଖଣ୍ଡ ଅଧିନ ୪ଟି ସେକ୍ସନର ସମସ୍ତ ମୁଖ୍ୟ କେନାଲ, ମାଇନର, ସବ୍ ମାଇନର ଜରିଆରେ ୩ଟି ପର୍ଯ୍ୟାୟରେ ଏହି ପାଣି ଯୋଗାଇ ଦିଆଯାଇଥିଲା । ଫଳରେ ଶାଳନିଆ, ମଞ୍ଜୁରୀରୋଡ, ବନ୍ତ ଆଦି ସେକ୍ସନ ଅଧିନରେ ଥିବା ୧୯ ହଜାର ହେକ୍ଟରରୁ ଅଧିକ ଜମିରେ ଚାଷ କାର୍ଯ୍ୟ ହୋଇପାରିଥିବା ଜଣାଯାଇଛି ।