ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଶୋକସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁର  ଜିଲ୍ଲା କୋର୍ଟର ପୂର୍ବତନ ସଭାପତି ସୁଧାଂଶୁ ଶେଖର ପଣ୍ଡା ଙ୍କ ଆକସ୍ମିକ ବିୟୋଗରେ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଗୁରୁବାର ଶୋକସଭା ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ହରପ୍ରସାଦ ରଥ ଏଥିରେ ଅଧ୍ଯକ୍ଷତା କରିଥିଲେ। ଦକ୍ଷିଣ ବାର୍ତ୍ତା ଖବର କାଗଜ ର ସମ୍ପାଦକ ତଥା ବିଚକ୍ଷଣ ରାଜନୀତିଜ୍ଞ ସୁଧାଂଶୁ ଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇ ପ୍ରଥମେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ଶୋକସଭା ରେ ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ନିଳୀମା ଷଡ଼ଙ୍ଗୀ ମୂଖ୍ଯଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବି ପ୍ରଭାକର ରାଉତ, ରସାନନ୍ଦ ରାଉତ, ରତ୍ନାକର ମେକାପ, ପରେଶ ଚନ୍ଦ୍ର ରଥ, କୁରେଶୁ ପଣ୍ଡା, ପ୍ରଦୀପ କୁମାର ମହାପାତ୍ର  ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ।ପରେ ବିଚାର ବିଭାଗ ଏବଂ ଓକିଲ ସଂଘ ମଧ୍ୟରେ ରହିଥିବା ସମନ୍ୱୟ ଓ ସୁସମ୍ପର୍କ ପୂର୍ବବତ୍ ବଜାୟ ରଖି ନୂତନ ବର୍ଷରେ କୋର୍ଟ କାର୍ଯ୍ୟ ପରିଚାଳନା କରାଯିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।ସଭାରେ ସଂଘର ସମ୍ପାଦକ ପ୍ରଦୀପ କୁମାର ନାୟକ, ଉପସଭାପତି ରଞ୍ଜନ କୁମାର ବେହେରା, ଆଇନଜୀବୀ ଏ. ସୋମେଶ୍ବର ରାଓ, ହେମନ୍ତ କୁମାର ପାଣିଗ୍ରାହୀ, ପ୍ରିୟ ରଞ୍ଜନ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ, ଏପିପି ନକୁଳ ପ୍ରଧାନ, ମନୋରଞ୍ଜନ ପଣ୍ଡା, ବିଜୟ କୁମାର ପ୍ରଧାନ, ପ୍ରହଲ୍ଲାଦ ପ୍ରଧାନ, ଗିରିଜା ନନ୍ଦନ ମେକାପ, ରବିନ୍ଦ୍ର କୁମାର ସାହୁ, ଲକ୍ଷ୍ମୀ ନୃସିଂହ ସାହୁ, ପ୍ରଫୁଲ୍ଲ କୁମାର ସେଠୀ, ରାଜେନ୍ଦ୍ର ସାହୁ, ଶରତ ମିଶ୍ର ପ୍ରମୁଖ ବହୁ ଆଇନଜୀବି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ