ଖେମୁଣ୍ଡି କଲେଜରେ ଦ୍ଵି – ଦିବସୀୟ ଜାତୀୟ ପାଠଚକ୍ର ଉଦଘାଟିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ନାତକ କଲେଜ  ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତଥା ଆଇକ୍ଯୁଏସିର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦ୍ଵି- ଦିବସୀୟ ଜାତୀୟ ପାଠଚକ୍ର ଉଦଘାଟିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ . ଅସିତ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ପାଠଚକ୍ରରେ କଲେଜ ପରିଚାଳନା କମିଟିର ପୂର୍ବତନ ସଭାନେତ୍ରୀ ଡ. ସନ୍ଧ୍ୟାରାଣୀ ଦାସ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ବାଲେଶ୍ୱର ଫକୀରମୋହନ ବିଶ୍ବବିଦ୍ୟାଳୟ ପ୍ରଫେସର ଡ. କୃଷ୍ଣଚନ୍ଦ୍ର ପ୍ରଧାନ , ଆନ୍ଧ୍ରପ୍ରଦେଶର ସୀତାମପେଟା ସରକାରୀ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁଶାନ୍ତ ଜେନା , ପଶ୍ଚିମବଙ୍ଗର  ବିଶ୍ଵଭାରତୀ ଶାନ୍ତିନିକେତନ ର ଓଡ଼ିଆ ବିଭାଗ ସହଯୋଗୀ ପ୍ରଫେସର ଡ଼. ରବିନ୍ଦ୍ର କୁମାର ଦାସ , ଝାଡ଼ଖଣ୍ଡ ବାହାରଗୋରା କଲେଜ ଓଡିଆ ବିଭାଗ ମୁଖ୍ୟ ଡ. ବାଳକୃଷ୍ଣ ବେହେରା ପ୍ରମୁଖ ସମ୍ମାନିତ ବକ୍ତା , ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଞ୍ଚଳିକ ଉପସଚିବ ଡ. କୁଳମଣି ଓଝା , ପାଠଚକ୍ର ଆବାହକ ତଥା ଖେମୁଣ୍ଡି କଲେଜ ଓଡିଆ ବିଭାଗ ମୁଖ୍ୟ ଡ . ପୁଷ୍ପଲତା ସାହୁ , ଅଧ୍ୟାପିକା ତଥା ପରିଚାଳନା ସମ୍ପାଦିକା ଡ. ନିର୍ମଳା ମହାନ୍ତି ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ । ସାମ୍ପ୍ରତିକ ପ୍ରେକ୍ଷାପଟ୍ଟ ରେ ସାହିତ୍ୟ ଓ ଲୋକ ସଂସ୍କୃତି ସମ୍ପର୍କିତ ବିଷୟବସ୍ତୁ ଉପରେ ଅତିଥିବୃନ୍ଦ ଆଲୋକପାତ କରିଥିଲେ । ଏଥିସହ ଦିଗପହଣ୍ଡି ଅଞ୍ଚଳର ପ୍ରଖ୍ୟାତ ଯୋଗଜନ୍ମା ରାଜପୁତ୍ର ସନ୍ଥ ଅରକ୍ଷିତ ଦାସ ଏବଂ କବିସୂର୍ଯ୍ୟ ବଳଦେବ ରଥଙ୍କ ଜିବନୀ ଓ ତାଙ୍କ ଗୁଣାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉଦଘାଟନି ସମାରୋହରେ କଲେଜର ପୂର୍ବତନ ଅଧ୍ୟକ୍ଷ ଅନୁପ କୁମାର ମିଶ୍ର , ଓଡିଆ ଅଧ୍ୟାପିକା ତଥା ସହ ସମ୍ପାଦିକା ଡ. ରଞ୍ଜିତା ପାତ୍ର , ଭାରତୀ ଭୂଷଣ ମହାରଣା ଙ୍କ ସମେତ ବହୁ ଅଧ୍ୟାପକ , ଗବେଷକ , ସାହିତ୍ୟିକ ଓ ସଂସ୍କୃତି ପ୍ରେମୀ ଯୋଗଦେଇ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥିଲେ । କଲେଜର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।  ଶନିବାର ଅପରାହ୍ନରେଏହି ଜାତୀୟ ପାଠଚକ୍ର ଉଦଯାପିତ ହେବ ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି । 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ