ଖେମୁଣ୍ଡି କଲେଜର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଗତ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ବୁଧବାର ଉଦଯାପିତ ହୋଇଯାଇଛି । କଲେଜ କ୍ରୀଡା ସଂସଦ ଉପ ସଭାପତି ତଥା ଅଧ୍ୟାପକ ତ୍ରିଲୋଚନ ରଇତଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉଦଯାପନୀ ଉତ୍ସବରେ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡ଼ଙ୍ଗୀ ସଭାପତିତ୍ବ କରିଥିଲେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଡ. ଅଶୋକ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରୀ ଛାତ୍ର ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଯୁକ୍ତ ୩ ବାଳକ ବିଭାଗ ରେ ରାଜେନ୍ଦ୍ର ବେହେରା , ବାଳିକା ବିଭାଗ ରେ ପୂଜା ବେହେରା , ଯୁକ୍ତ ୨ ବିଭାଗ ରେ ତାପସ ରେଡ୍ଡୀ , ବାଳିକା ବିଭାଗ ରେ ପୂଜା ସେଠୀ ଚାମ୍ପିୟନ ଭାବେ ପୁରସ୍କୃତ ହୋଇଥିଲେ । କ୍ରୀଡା ପ୍ରଶିକ୍ଷକ ନୃସିଂହ ସେଠୀ , ଏମ୍. ଗୈାରାଙ୍ଗ , ନାନ ବାବୁ ଦୋରା , ରାଣୀ ମହାରଣା ପ୍ରମୁଖ ସମସ୍ତ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିବା ବେଳେ ଅଧ୍ୟାପକ ପ୍ରିୟରଞ୍ଜନ ସାହୁ , ମାନସ ସାହୁ , ଦିଲ୍ଲୀପ ନାୟକ , ରଞ୍ଜିତା ପାତ୍ର ଙ୍କ ସମେତ କଲେଜ କର୍ମଚାରୀ ବୃନ୍ଦ ସହାୟତା କରିଥିଲେ । ଶେଷରେ ଅଧ୍ୟାପକ ଡ଼. ହର୍ଷ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।