ଖେମୁଣ୍ଡି ବ୍ଯାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ହାଇଦ୍ରାବାଦର ଚନ୍ଦ୍ରକାନ୍ତ ଓ ବିଘ୍ନେଶ ଯୋଡି ଚାମ୍ପିୟନ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ହାଇସ୍କୁଲ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ଯ ଖେମୁଣ୍ଡି ଓପନ ବ୍ଯାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ଉଦଯାପିତ ହୋଇଯାଇଛି।ଏଥିରେ ହାଇଦ୍ରାବାଦର ଚନ୍ଦ୍ରକାନ୍ତ ଓ ବିଘ୍ନେଶ ଯୋଡି ଚାମ୍ପିୟାନ ହୋଇଥିବା ବେଳେ ଛତିଶଗଡ଼ର ଭେଙ୍କଟ ଓ ହନି ଯୋଡି ପ୍ରଥମ ଉପବିଜେତା ଏବଂ ବିଶାଖାପାଟଣାର କିରଣ ଓ ହେମଚନ୍ଦ୍ର ଯୋଡି ଦ୍ୱିତୀୟ ଉପବିଜେତା ହୋଇଥିଲେ।ଉତ୍ତରାଖଣ୍ଡର ରାଓ୍ବତ କୁମାର ଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚିତ କରାଯାଇଥିଲା।ଆୟୋଜକ କମିଟିର କାର୍ଯ୍ୟକର୍ତ୍ତା ଦେବାଶିଷ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସମାରୋହରେ ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡା. ରାଜେନ୍ଦ୍ର କୁମାର ବେହେରା, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ଅବସରପ୍ରାପ୍ତ ସେନା ଅଧିକାରୀ ସୁରେଶ କୁମାର ବକ୍ସି, ସମାଜସେବୀ ଗୋପାଳକୃଷ୍ଣ ମେକାପ, ରାଜକିରଣ ଦାସ, ଶୁଭେନ୍ଦୁ କୁମାର ପାଢ଼ୀ, କ୍ରିଷ୍ଣାନନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ। ଦୁଇଦିନ ଧରି ଅନୁଷ୍ଠିତ ମ୍ଯାଚ ଗୁଡିକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବା ବରିଷ୍ଠ ରେଫେରୀ ଅଚ୍ୟୁତ ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଖେମୁଣ୍ଡି ବ୍ଯାଡମିଣ୍ଟନ କ୍ଲବର ସୁଧୀର କୁମାର ପଣ୍ଡା, ନୀଳମାଧବ ପଣ୍ଡା, ସନ୍ଦୀପ ପାଣିଗ୍ରାହୀ, ସୁଧୀର ସାହୁ, ଜି. ସନ୍ତୋଷ କୁମାର, ସଞ୍ଜୀବ କୁମାର ଗୌଡ, ଶଙ୍କର ମହାନ୍ତି, ସନ୍ତୋଷ ପାତ୍ର, ସୁମନ ମହାରଣା, ତନୁଜ ଦୋରା, ଏ. ରୁଦ୍ର ଓ ଅନ୍ୟ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ