ଗଙ୍ଗଦାହାଟ ମା’ଦୁର୍ଗାପୂଜା କମିଟିର ଚାରାରୋପଣ କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ମା’ଦୁର୍ଗାପୂଜା କମିଟି ତରଫରୁ ପ୍ରକୃତି ବନ୍ଧୁ ପୁରଷ୍କାରପ୍ରାପ୍ତ ଲିଙ୍ଗରାଜ ସାହୁଙ୍କ ନେତୃତ୍ୱରେ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁବାର ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶ ପାଇଁ ବୃକ୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଚାରାରୋପଣ କରାଯିବା ସହିତ ଏହାର ଯତ୍ନ ନେବା ପାଇଁ କମିଟିର ସଦସ୍ୟମାନେ ଶପଥ ଗ୍ରହଣ କରିଛନ୍ତି । ପରିବେଶକୁ ସବୁଜ ସୁନ୍ଦର କରିବା ଏହି ଚାରାରୋପଣର ମୂଳ ଲକ୍ଷ୍ୟ । ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବଉଳ, ଅଁଳା, ଦେବଦାରୁ ଆଦି ଚାରା ସହିତ ବିଭିନ୍ନ ପ୍ରକାର ଔଷଧୀୟ ଚାରାରୋପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ସାଗର ଚନ୍ଦ୍ର ନାୟକ, ଫାର୍ମାସିଷ୍ଟ ମିହିର କୁମାର ଲେଙ୍କା, ରଶ୍ମିରଂଜନ ତ୍ରିପାଠୀ, ଜୟନ୍ତ କୁମାର ନାୟକ, ନରେଶ ସେଠୀ, ବିବେକାନନ୍ଦ ବାରିକ, ନିତ୍ୟାନନ୍ଦ ବିଶ୍ୱାଳ, ଉମାକାନ୍ତ ବିଶ୍ୱାଳ, ରଂଜିତ ଜେନାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ସାମିଲ ଥିଲେ ।