ଗଜରାଜ ମହେନ୍ଦ୍ର ଫରେଷ୍ଟ କଲୋନୀ ଲୋକାର୍ପଣ କଲେ ଜଙ୍ଗଲ ଓ ପରିବେଷ ମନ୍ତ୍ରୀ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଯଶିପୁର ଠାରେ ଶିମିଳିପାଳର ସୁରକ୍ଷାରେ ନିୟୋଜିତ ହୋଇ ମୃତ୍ୟୁବରଣ କରିଥିବା କୁମକି ହାତୀ ମହେନ୍ଦ୍ର ନାମ ରେ ନାମିତ ଫୋରେଷ୍ଟ କର୍ମଚାରୀଙ୍କ ନିମନ୍ତେ ନବନିର୍ମିତ କଲୋନୀକୁ ରାଜ୍ୟ ଜଙ୍ଗଲ ଓ ପରିବେଷ, ଜଳବାୟୁ ପରିବର୍ତନ ଏବଂ ଶ୍ରମ, ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଉଦଘାଟନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଶିମିଳିପାଳ କ୍ଷେତ୍ର ନିର୍ଦେଶକ ପ୍ରକାଶ ଚନ୍ଦ୍ର ଯୋଗୀ ନାନୀ, ଶିମିଳିପାଳ ଉତ୍ତର ଉପ ନିର୍ଦେଶକ ସାଇ କିରଣ ଡିଏନ, କରଞ୍ଜିଆ ଡ଼ିଏଫଓ ଶ୍ରୀକାନ୍ତ ନାଏକ, ଏସିଏଫ ଫାଲଗୁଣୀ ବେହେରା, ହିମନ ନାଏକ, ରେଞ୍ଜ ଅଫିସର ରାଜେଶ ନାଏକ, ସମାଜସେବୀ ବିପିନ ବିହାରୀ ମହାନ୍ତ, ପଶୁପତି ମିଶ୍ର, ବନପାଳ ଅର୍ଜୁନ ମହାକୁଡ଼ ଙ୍କ ସହିତ ଅନ୍ୟ ବନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏହି ଅବସରରେ ମନ୍ତ୍ରୀ କଲୋନୀ ପରିସରରେ ବୃକ୍ଷ ରୋପଣ କରିଥିଲେ.