ଗଞ୍ଜାମର ଦୁର୍ଗାଦେବୀ ଶକ୍ତିପୀଠ ରେ ନବରାତ୍ର ପୂଜା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହରର ବିଭିନ୍ନ ଶକ୍ତିପୀଠରେ ନବରାତ୍ର ପୂଜା ମହା ଆଡମ୍ବରପୁର୍ଣ ଭାବେ ଚାଲିଛି l ଏହା ଦେଖିବା ପାଇଁ ସାନ୍ଧ୍ୟ ସମୟରେ ଭକ୍ତଙ୍କ ଭିଡ଼ ଜମିଥାଏ lଦକ୍ଷିଣ ଓଡିଶାର ବିଭିନ୍ନ ଦେବୀଙ୍କ ଶକ୍ତିପୀଠ ମଧ୍ୟରେ ଗଞ୍ଜାମର ମାଦୁର୍ଗାଦେବୀ ଶକ୍ତିପୀଠ ଭାବେ ସୁପ୍ରସିଦ୍ଧ ଅଟେ l ଗଞ୍ଜାମ ସହରର ଦୁର୍ଗାଦେବୀ ସାହିରେ ମାଙ୍କ ଶକ୍ତିପୀଠ ଅବସ୍ଥିତ l ଏହି ଶକ୍ତିପୀଠଟି ଦୁର୍ଗାଦେବୀ ସାହିର ପୂର୍ବ ମୁଖୀ ହୋଇ ରହିଛି l ମନ୍ଦିରର ପ୍ରବେଶ ଦ୍ୱାର ସମ୍ମୁଖରେ ଦୁଇଗୋଟି ସିଂହ ବିରାଜ ମାନ କରିଛନ୍ତି l ମନ୍ଦିର ଦ୍ୱାର ସମ୍ମୁଖରେ ଛାତଉପରେ ମାଙ୍କର ଗୋଟିଏ ମୂର୍ତ୍ତି ସ୍ଥାପନ ହୋଇଥିବାବେଳେ ପାର୍ଶ୍ଵରେ ଦଶ ଅବତାର ମୃତ୍ତି ସ୍ଥାପନ ହେବାର ଦେଖିବାକୁ ମିଳେ l ମନ୍ଦିର ଭିତରେ ଅନେକ ଦେବଦେବୀଙ୍କ ଫୋଟୋ ଚିତ୍ରିତ ହୋଇଛି l ସେହିପରି ମନ୍ଦିରରେ ମୁଖ୍ ଭାଗରେ ଅନେକ ଦେବଦେବୀଙ୍କ ଫୋଟୋ ଚିତ୍ରିତ ହୋଇଥିବାର ଦେଖିବାକୁ ମିଳେ l ମା ବିରାଜମାନ କରିଥିବା ସିଂହାସନଟି ରାମଣୀୟ ଅଟେ l ଇତିହାସ ପୃଷ୍ଠାରୁ ଜଣାପଡେ ଯେ, କଳାପାହାଡ଼ ଆକ୍ରମଣରେ ପାଲୁର ରାଜାଙ୍କ ଅଧିଷ୍ଠାତ୍ରୀ ଦେବୀ ମା ଦୁର୍ଗାଙ୍କ ର ଏହି ମୂର୍ତ୍ତିଟିକୁ ଆଣି ଖଣ୍ଡବିଖଣ୍ଡିତ କରି ଋଷିକୂଲ୍ୟା ମୁହାଣରେ ଫିଙ୍ଗିଦେଇଥିଲେ l ଏହି ସମୟରେ ଗଞ୍ଜାମ ସ୍ଥିତ ମହାପାତ୍ର ବଂଶର ଜୈନିକ ବ୍ୟକ୍ତିଙ୍କୁ ସ୍ୱପ୍ନାଦେଶ ହୋଇଥିଲା ମା’ଙ୍କ ମୂର୍ତ୍ତି ନଦୀରେ ଭାସିଥିବା ନେଇ l ସେହି ବଂଶର ବ୍ୟକ୍ତିତ୍ବ ମାନେ ମାଙ୍କର ମୂର୍ତ୍ତିଟିକୁ ଶଗଡ଼ରେ ଆଣିଥିଲେ l ପ୍ରଥମେ ମା’ଙ୍କୁ ଗୋଟିଏ ଗଛ ମୂଳେ ରଖି ପୂଜା କରାଯାଉଥିଲା l. କଳାପାହାଡ଼ ଆକ୍ରମଣ ପୂର୍ବରୁ ୧୦୦ ବର୍ଷରୁ ଅଧିକ ଧରି ମା ପାଲୁରଗଡ଼ ହିନ୍ଦୁରାଜାଙ୍କ ଆରାଧ୍ୟ ଦେବୀ ରୂପେ ପୂଜା ପାଉଥିଲେ l ଏପରି ପୋତାଗଡ଼ ଠାରେ ମଧ୍ୟ ପୂଜା ପାଉଥିଲେ ହିନ୍ଦୁ ରାଜାଙ୍କ କ୍ଷମତା ଥିବା ପର୍ଯ୍ୟନ୍ତ lସମୟାନୁ କ୍ରମେ ଗଞ୍ଜାମରେ ମା ‘ଙ୍କର ମନ୍ଦିର ତିଆରୀ ହେଲା l. ଏହି ମନ୍ଦିରଟି ହେବାର ପ୍ରାୟ ଶହେରୁ ଉର୍ଦ୍ଧ ବର୍ଷ ହେବ ବୋଲି ବୟୋଜ୍ୟେଷ୍ଟ ବ୍ୟକ୍ତିମାନେ ମତ ଦିଅନ୍ତି l. ବହୁ ଦୂରଦୁରାନ୍ତୁରୁ ବହୁ ଭକ୍ତ ମାନସିକ ରଖି ମା ‘ଙ୍କ ଦର୍ଶନ ପାଇଁ ଆସୁଥିବା ଦେଖାଯାଏ l.ମୁଖ୍ୟତଃ ମା ‘ଙ୍କର ପୂଜା ମଧ୍ୟରେ ନବରାତ୍ରି ପୂଜା ସବୁଠାରୁ ମହତ୍ୱପୁର୍ଣ ଓ ରାମଣୀୟ ଅଟେ l ଗଞ୍ଜାମ ସହରର ମାଙ୍କୁ ଅତି ଆପଣାର ଭାବେ ପୂଜା କରି ଆସୁଛନ୍ତି l ବାସ୍ତବରେ ସାମାଜିକ ମୂଲ୍ୟବୋଧ ସହ ଭକ୍ତି ଭାବନାରେ ମାଙ୍କୁ ଆରାଧନା କରାଯାଏ l. ଏହି ସମୟରେ ମାଙ୍କ ପୀଠରେ ପ୍ରବଳ ଜନସାମାଗମ ହୋଇଥାଏ l ଏହି ପୂଜା ଦେଖିବା ପାଇଁ ବାହାରୁ ଭକ୍ତଙ୍କ ଶୁଅ ଛୁଟିଥାଏ l ମାଙ୍କ ନବରାତ୍ରି ପୂଜା ଶାରଦୀୟ ପୂଜାରେ ମୁଖ ରିତ କରିଥାଏ l ମା ଗତ ମାସ ଶୟାନ ଅଷ୍ଟମୀ ଠାରୁ 21ଦିନ ପର୍ଯ୍ୟନ୍ତ ସୋଇଥିବା ବେକେ, ମାଙ୍କ ପୂଜା ଆଶ୍ମିନ ମାସ ଶୁକ୍ଳ ପ୍ରତିପଦାଠା ତଥା ଅକ୍ଟୋବର ତିନି ତାରିଖଠାରୁ ଆରମ୍ଭ ହୋଇଥିଲା l ମା ନିଦରୁ ଉଠିବା ପରେ ସକାଳେ ଦେବସ୍ନାନ କରିଥିଲେ l ସନ୍ଧ୍ୟାରେ ବେଲତାଳ ଆମନ୍ତ୍ରଣ ପରେ ମହାଆଳତି, ବାହ୍ୟପୂଜା, ଚଣ୍ଡୀପାଠ, ହେବା ପରେ ମଧ୍ୟରାତ୍ରରେ ହୋମ, ରାତି ଦୁଇଟାରେ ମହାପୂଜା ଅନୁଷ୍ଠିତ ହେଉଛି l ଏହା ତିନିରେ ଆରମ୍ଭ ହୋଇଥିବା ବେଳେ ଏଗାର ତାରିଖରେ ଶେଷ ହେବ l.ଏହା ମଧ୍ୟରେ ମାଙ୍କର ଅଭିନଵ ଦର୍ଶନ ଦେଖିବାକୁ ମିଳେ ଯଥା -ମହାଲକ୍ଷ୍ମୀ, ସରସ୍ବତୀ, ବନଦୁର୍ଗା, ମାତାଙ୍ଗୀ, ନାରାୟଣୀ, ଉଗ୍ରତାରା, ଭୁବନେଶ୍ୱରୀ, ମହିଷାସୁର ମର୍ଦ୍ଧନି , ଶିବରୁଢ଼ା l. ଏହି ପୂଜାରେ ଚଣ୍ଡୀପାଠ, ହୋମ, ଓ ବାହ୍ୟପୂଜା ନିୟମିତ ହୋଇଥାଏ l. ଏହି ପୀଠରେ ପୂଜାବଳି ପୂର୍ବରୁ ହିଁ ନାହିଁ l କେବଳ ମହାଷ୍ଟମୀ ଦିନ ମାଛବଳି ଦିଆ ଯାଇଥାଏ l ମହାଷ୍ଟମୀ ପୂଜାକୁ ନେଇ ମାଙ୍କର ମହିମା ଶୁଣିବାକୁ ମିଳିଥାଏ l ଗତ ୧୯୯୮ ମସିହା ଅକ୍ଟୋବର ମାସରେ ମହାଷ୍ଟମୀ ଦିନ ବାତ୍ୟା ହୋଇଥିଲା l ସେଦିନ ରାତିରେ ମାଙ୍କ ପୂଜା ପାଇଁ ମାଛ ଆଣିବା ପାଇଁ ଯାଇ ଫେରୁଥିବା ପବନ ୧୩୦/୧୫୦ କିମି ବେଗରେ ହେବା ସଙ୍ଗେ ସଙ୍ଗେ ଗଛ ସବୁ ଭାଙ୍ଗି ରାସ୍ତା ଉପରେ ପଡିବା ସହ ଓ ଗାଡି ଓଲଟି ଯାଇଥିବା ସ୍ୱତେ ମାଛ ଆଣିବାକୁ ଯାଇଥିବା ଭକ୍ତ ମାନେ ନିରାପଦରେ ଆସିବା ସହ ଓ ମହାଷ୍ଟମୀ ପୂଜାରେ ମାଛ ବଳି ଦିଆଯାଇଥିଲା lପଣ୍ଡିତ ହରିହର ଶତପଥୀ, ପ୍ରକାଶ ଚନ୍ଦ୍ର ଦାଶ, ଚଣ୍ଡୀ ପାଠ, ପୂଜକ ନବ ମହାପାତ୍ର ଆଳତି, ମା’ଙ୍କୁ ଅବିନବ ଭେଷରେ ଭୂଷିତ କରୁଛନ୍ତି ଭକ୍ତ ପଦ୍ମଚରଣ ପାଢ଼ୀ l ଦୁର୍ଗାଦେବୀ ମନ୍ଦିର ପରିଚଳନା କମିଟି ଓ ସାହି ବାସିନ୍ଦା ମାନେ ମିଳିତ ଭାବେ ପୂଜା ପରିଚଳନା କରୁଛନ୍ତି lସେହିପରି, ସହରରସାମନ୍ତରାସାହିରେ ମା ‘ବୁଢ଼ୀଠାକୁରାଣୀ, କେଉଟସାହିରେ ସାତଭଉଣୀ, ଜୟଶ୍ରୀରେ ପୋଲକାଶୁଣି,ପୁଇଁତୋଳା ଗ୍ରାମର ରେ ମା ‘ମଙ୍ଗଳା,ମା ‘ବୁଢ଼ୀଠାକୁରାଣୀ କନକଦୁର୍ଗା, କଲେଜ଼ ରୋଡ଼ ମା ‘କାଲି, ଚୋୖଧୀରିସାହି ସ୍ଥିତ ମା ‘କାଳୀ ମନ୍ଦିରରେ ମଧ୍ୟ ପୂଜା ଅନୁଷ୍ଠିତ ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ