ଗଞ୍ଜାମ ବ୍ଲକ୍ ବୁରୁଡିରେ ଖୋଲିଲା ଧାନ ମଣ୍ଡି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନରାମଚନ୍ଦ୍ର ପୁର ପଞ୍ଚାୟତର ହରିପୁର ବୁରୁଡିର ସ୍ଥିତ ଶୀତଳ ଭଣ୍ଡାର ପରିସରରେ ଥିବା ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ଏକ ଧାନ ମଣ୍ଡିର ଶୁଭାରମ୍ଭ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଓ ଗଞ୍ଜାମ ବ୍ଳକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନ ମିଳିତ ଭାବେ କରିଛନ୍ତି lସମ୍ମାନିତ ଅତିଥି ଭାବେ ସରପଞ୍ଚ ବିଷ୍ଣୁପ୍ରିୟା ନାହାକ, ଗଞ୍ଜାମ ବ୍ଲକ ବି. ଡ଼ି. ଓ ଅଚ୍ୟୁତଯାନୀ, ଏ. ବି. ଡ଼ି. ଓ. ଭବାନୀ ଶଙ୍କର ପ୍ରଧାନ, , ଏମ. ଆଇ. ଜୟନ୍ତୀ ହରିଶ୍ଚନ୍ଦନ, ଆର. ଆଇ. ତଥା ନୋଡାଲ ଅଫିସର ଅଳକା ମଞ୍ଜରୀ ଯାନୀ,ବି. ସି. ସି. ବ୍ୟାଙ୍କ ନିର୍ଦ୍ଦେଶକ ଚନ୍ଦ୍ରଶେଖର ନାୟକ ଏ. ଆର. ସି. ଏସ. କାହ୍ନୁ ଚରଣ ଡାକୁଆ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ନାହାକ ପ୍ରମୁଖ ମଞ୍ଚାସିନ ଥିଲେ l ଏହି ଅବସରରେ ଅତିଥି ମାନେ ସରକାରଙ୍କ ଚାଷୀଙ୍କ ପ୍ରତି ସାହାଯ୍ୟ ଏବଂ ଧାନ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଏବଂ ବୋନସ ୮୦୦ ଟଙ୍କା ସମୁଦାୟ ୩୧୦୦ ଟଙ୍କା ପ୍ରଦାନ କରିବା ସହ ମଣ୍ଡିରୁ କିପରି ସମସ୍ତ ଚାଷୀଙ୍କ ଧାନ କିଣା ଯାଇପାରିବ ବୋଲି କହିଥିଲେ lକାର୍ଯ୍ୟକ୍ରମକୁ ଉପେନ୍ଦ୍ର ନାୟକ, ରାମଚନ୍ଦ୍ର ନାୟକ, ସେକ୍ରେଟାରୀ ଜୟଦେବ ଦାଶ, ହରପ୍ରସାଦ ପଲେଇ, ସୁଧୀର କୁମାର ଦାଶ, ଅମରେଶ ପ୍ରଧାନ, ମନୋଜ ପ୍ରଧାନ, ବିଜୟ ଚନ୍ଦ୍ର ବିଶ୍ୱାଳ ସମେତ ସହଯୋଗ କରିଥିଲେ l ଏହି ସଭାରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ