ଗଞ୍ଜାମ ସରସ୍ବତୀ ଶିଶୁବିଦ୍ୟା ମନ୍ଦିରର ୨୫ ତମ ବାର୍ଷିକ ଉତ୍ସବ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସରସ୍ବତୀ ଶିଶୁ ମନ୍ଦିରର ୨୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ସଭାପତି ବିନୋଦ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ରନାୟକ ଯୋଗଦେଇ ସମାଜ ଗଠନରେ ଶିଶୁ ମନ୍ଦିରର ଭୂମିକା ଗୁରୁତ୍ୱ ପୁର୍ଣ ବୋଲି କହିବା ଶହ, ବିଦ୍ୟାଳୟରେ ବୌଦିକ ମଣ୍ଡପ ନିର୍ମାଣ ପାଇଁ ପାଞ୍ଚଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ଘୋଷଣା କରିଥିଲେ l ସମ୍ମାନୀତି ଅତିଥି ରୂପେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଯୋଗଦେଇ ଶିଶୁଙ୍କ ଭବିଷ୍ୟତ ଗଢିବାରେ ଗୁରୁଜୀ, ଗୁରୁମାଙ୍କ ତ୍ୟାଗକୁ
ଭୁୟସି ପ୍ରଶଂସା କରିବା ସହ,ଭବିଷ୍ୟତରେ ତେମେ ଯେତେ ବଡ଼ଲୋକ ହୁଅ ମା, ମାଟିକୁ ପୂଜାକରିବାକୁ ନଭୁଲିବାକୁ ପରାମର୍ଶ ଦେଇଥିଲେ l ଅନ୍ୟତମ ସମ୍ମାନିୟ ଅତିଥି ରୂପେ ଗଞ୍ଜାମ ଏନଏସି ଅଧକ୍ଷା ପ୍ରତିଭା ପାଢ଼ୀ ଯୋଗଦେଇ ଶିଶୁ ମନ୍ଦିର ଏହି ଅଞ୍ଚଳ ପାଇଁ ଆଣିଥିବା ଗୌରବ ଭବିଷ୍ୟତରେ ବଜ଼ାଇ ରଖିବ ବୋଲି କହିବା ସହ, ବିଦ୍ୟାଳୟରେ ଅଭିଭାବକ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ଏନଏସି ପକ୍ଷରୁ ପାଞ୍ଚଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ l ମୁଖ୍ୟବକ୍ତା ରୂପେ ଶିକ୍ଷାବିକାଶ ସମିତିର ଦକ୍ଷିଣ ପୂର୍ବ ସମ୍ଭାଗର ସମ୍ପାଦକ ଦୀପକ କୁମାର ମହାରଣା ଯୋଗଦେଇ ଦେଶ ମାତୃକାର ସେବାରେ ସମର୍ପିତ ଶିଶୁମନ୍ଦିର ବୋଲି କହିଥିଲେ l ଅନୁଷ୍ଠାନର ସମ୍ପାଦକ ଗିରିଶ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ପ୍ରଧାନଆଚାର୍ଜ ଆଦିତ୍ୟ ପ୍ରସାଦ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ସହ ସମାଜସେଵୀ ତ୍ରିନାଥ ପାଣିଗ୍ରାହୀ, ଶିକ୍ଷକ ହର୍ଷ ବର୍ଦ୍ଧନରଣା, ଉପଦେଷ୍ଟା ଗୋପାଳ ବେହେରା, ଉପସଭାପତି ତ୍ରିନାଥ ପଣ୍ଡା, ଯୁଗ୍ମ ସମ୍ପାଦକ ଦାମୋଦର ପଣ୍ଡା,କୋଷାଧକ୍ଷ ବିଶ୍ଵନାଥ ସାମନ୍ତରା, ସଦସ୍ୟା ବନିତା ବେହେରା, ରଞ୍ଜିତା ପଣ୍ଡା, ପ୍ରମୁଖ ମେଟ୍ରିକ ଟପ୍ପର ସୌରଭ ମଣ୍ଡଳ ଓ କ୍ରୀଡାରେ ଦୁଇ ଥର ସଂକୁଳ ଚମ୍ପିୟାନ ହୋଇଥିବା ରୁଦ୍ରନାରାୟଣ ଆଚାର୍ଜଙ୍କ ସହ ଅନ୍ୟ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଉପଦେଷ୍ଟା ବିପିନଚନ୍ଦ୍ର ପଟ୍ଟନାୟକ lଶେଷରେ ୨୬୦ ବିଦ୍ୟାର୍ଥୀଙ୍କ ମାନଙ୍କ ଦ୍ୱାରା ରଙ୍ଗରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା l ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ପ୍ରବଳ ଜନସାମାଗାମ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ