ଗଞ୍ଜେଇ ଚୋରା ଚାଲାଣ କାରି ୱାରେଣ୍ଟ ବଳରେ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଅଭିଯୁକ୍ତ ଥିବା ଦିଗପହଣ୍ଡି ଥାନା ବି. ତୁରୁବୁଡି ଗ୍ରାମର କାଳୁ ଚରଣ ଗୌଡ଼ ଙ୍କୁ ପୁଲିସ ଗିରଫ କରି ଖଲ୍ଲିକୋଟ କୋର୍ଟ କୁ ଚାଲାଣ କରିଛନ୍ତି। ଦୀର୍ଘଦିନ ହେଲା ଅଭିଯୁକ୍ତ ଫେରାର ଥିଲେ। ଖଲ୍ଲିକୋଟ କୋର୍ଟ ମାମଲା ନଂ.୨ (ଏ) ସି.ସି ୨୪/୧୯(ଏନ୍) ଅନୁଯାୟୀ କୋର୍ଟ ପକ୍ଷରୁ ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ସେହିପରି ଦିଗପହଣ୍ଡି ସାହାଣୀ ସାହିର ବିଭୁ ଦାସ ଓରଫ ବିବି ଦାସଙ୍କୁ ୱାରେଣ୍ଟ ବଳରେ ପୋଲିସ ଗିରଫ କରି ଦିଗପହଣ୍ଡି କୋର୍ଟକୁ ଚାଲାଣ କରିଛନ୍ତି।ଏକ ଚୋରି ମାମଲା ନଂ.ଜି.ଆର – ୪୨(ଏ)/୦୪ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟ ପକ୍ଷରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ଥାନା ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ୱାରେଣ୍ଟ ବଳରେ ଗିରଫ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।