ଗଡ଼ ଇଟାପୋଖରୀ ଗ୍ରାମରେ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ

ନିମାପଡ଼ା,(ସନ୍ତୋଷ ଦାଶ) ସାରା ରାଜ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୭ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ଗଡ଼ଇଟାପୋଖରୀ ଗ୍ରାମରେ ଗୋପବନ୍ଧୁ ମେମୋରିୟାଲ ଟ୍ରଷ୍ଟ ର ସଭାପତି ଅର୍ଜୁନ ପାତ୍ର ଙ୍କ ନେତୃତ୍ୱରେ ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜନ୍ମ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଡ଼ଃ. ତ୍ରିନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଗୋପୀନାଥ କର , ସମ୍ନାନିତ ଅତିଥି ଭାବେ କାକଟପୁର ମଙ୍ଗଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଡ଼ଃ .ସନ୍ତୋଷ କୁମାର ମିତ୍ର ,ବସନ୍ତ କୁମାର ପାତ୍ର, ଶିକ୍ଷାବିତ ନିରୋଧ ବରଣ ଖୁଣ୍ଟିଆ , ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ଜେନା ,ସମିତି ସଭ୍ୟା ସସ୍ମିତା ପାତ୍ର , କବିରାଜ କୁଳମଣି ସାହୁ ମେମୋରିୟାଲ ଟ୍ରଷ୍ଟ ର ସଭାପତି ଡ଼ଃ .କେଦାରନାଥ ସାହୁ ,ଚାରିଛକ ଅଞ୍ଚଳର ସମାଜସେବୀ ସନାତନ ପାତ୍ର , ଶିକ୍ଷାବିତ ନେତ୍ରାନନ୍ଦ ବାରିକ , ଶିକ୍ଷାବିତ ଗୁଣନିଧି ଭୋଇ ପ୍ରମୁଖ ଯୋଗଦେଇ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ଜାଳି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଷଷ୍ଠ ତମ ବାର୍ଷିକ ସମାରୋହ ସଭାରେ ଉକ୍ତ ଅନୁଷ୍ଠାନ ର ସଭାପତି ଶ୍ରୀ ପାତ୍ର ସଭାପତିତ୍ୱ କରିଥିବା ବେଳେ ବିଜୟ କୁମାର ପାତ୍ର ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ । ଏହି ସମାରୋହ ରେ ସମ୍ପାଦକ ସୁବାଷ ଚନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ । ଉକ୍ତ ସମାରୋହ କାର୍ଯ୍ୟକ୍ରମ ରେ ଗୋପବନ୍ଧୁ ମେମୋରିୟଲ ଟ୍ରଷ୍ଟ ର ସଭ୍ୟ ସୁକାନ୍ତ କୁମାର ପାତ୍ର ,ପବିତ୍ର ପାତ୍ର ଅଭିମନ୍ୟୁ ପଣ୍ଡା ,ଅନ୍ତର୍ଯ୍ୟାମୀ ସେନାପତି ଚିତ୍ତରଞ୍ଜନ ପାତ୍ର ,କୈଳାସ ଚନ୍ଦ୍ର ପାତ୍ର , ଜୀବନେନ୍ଧୁ ପାତ୍ର ସହିତ ଗ୍ରାମବାସୀମାନେ ସାହାଯ୍ୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ