ଗଣେଶ୍ୱରଙ୍କ ମନ୍ତବ୍ୟକୁ ଖଣ୍ଡନ କଲେ ଗୀତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ବିଧାନସଭା କ୍ଷେତ୍ରରେ ବିଧାୟିକା ପ୍ରାର୍ଥିନୀ ଗୀତାଞ୍ଜଳୀ ସେଠୀ ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜନସାଧାରଣଙ୍କୁ ଜଣାଇଛନ୍ତି କି ଗତକାଲି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ଆମେ ଖଣ୍ଡନ କରିବା ସହ ଆମ୍ଭେ ତାଙ୍କର ଅବଗତି ନିମନ୍ତେ ଜଣାଇଦେବାକୁ ଚାହୁଁଅଛୁ କି ଭାରତୀୟ ଜନତା ପାର୍ଟି ପୃଥିବୀର ସର୍ବବୃହତ୍ତମ ଦଳ ଥିବା ସହ ଏଭଳି ମନ୍ତବ୍ୟ ଦେବା ବିଧାୟକଙ୍କ ହୀନ ମାନସିକତା ପରି ପ୍ରକାଶ ପାଉଛି । ବାତ୍ୟା ଏକ ଦୁର୍ବିପାକ ଅଟେ । ଏହି ସମୟରେ ଲୋକଙ୍କ ପାଖରେ ପହଞ୍ଚିଥିବା ସହ ଲୋକଙ୍କର ଥଇଥାନ କରିବା ବଦଳରେ ରାଜନୈତିକ ରୁଟି ସେକିବାରେ ଏହା ପ୍ରକୃଷ୍ଟ ସମୟ ଭାବି ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଗତ ଦିନରେ ଜିଲ୍ଲାରେ “ଦିସା” ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିବା ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ କେନ୍ଦ୍ରାପଡା କଲେଜରେ ଅନୁଷ୍ଠିତ ହୋଇଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗ ନଦେବା ଏହା ଜନସାଧାରଣ ସଠିକ ଭାବରେ ବୁଝିପାରିଥିଲେ । ଏହା ସର୍ବସାଧାରଣରେ ଆଲୋଚନାର ବିଷୟ ହୋଇଥିଲା । ଗଣେଶ୍ୱର ବାବୁଙ୍କ ଏପରି ମନ୍ତବ୍ୟ ଦେବା ବଦଳରେ ଲୋକଙ୍କ ସେବା ନକରି ନିଜେ ନିଜକୁ ଲାଚାର ପରିଲିଖିତ କରୁଛନ୍ତି । “ଦାନା” ବାତ୍ୟାରେ ସରକାର ଲୋକମାନଙ୍କ ପାଇଁ ଯୋଗାଇ ଥିବା ସରକାରୀ ସହାୟତାକୁ ଗଣେଶ ବାବୁଙ୍କ ଇଙ୍ଗିତରେ ଥିବା ଲୋକ ପ୍ରତିନିଧିମାନେ ନିର୍ଦ୍ଦିଷ୍ଟ ଭାବରେ ବାଛି ବାଛି ତାଙ୍କ ସମର୍ଥକମାନଙ୍କୁ ରିଲିଫ୍ ସହାୟତା ଦେବା ନିମନ୍ତେ ନିର୍ଦ୍ଦେଷ ଦେଇଥିବା ସର୍ବସାଧାରଣ ଚର୍ଚ୍ଚା ହେଉଛି । ଏହା ମଧ୍ୟ ତାଙ୍କ ହୀନ ରାଜନୀତିର ପରିଚୟ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିଜେ ବାତ୍ୟାଞ୍ଚଳ ବୁଲି ପରିଦର୍ଶନ କରିବା ସମୟରେ ଅନୁଭବ କଲେ ସରକାରଙ୍କର “ଜିରୋ କାଜୁଆଲିଟି”କୁ ଗୁରୁତ୍ୱ ଦେବା ସମୟରେ ବିରୋଧୀ ଦଳ ଏହାର ଅପପ୍ରଚାର କରିବାରେ ଲାଗି ପଡିଥିଲେ । ଗଣେଶ୍ୱର ବାବୁ ବିଗତ ଦିନରେ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଦଳର ମୁଖିଆକୁ ଖୁସି କରିବା ଲାଗି ବିଭିନ୍ନ ବିଭ୍ରାନ୍ତକର ମନ୍ତବ୍ୟ ଦେଇ ରାଜନୀତି କରିବାରେ ଲାଗିଛନ୍ତି ।