ଗରିବ ଡାକ୍ତରୀ ଛାତ୍ରକୁ ସହଯୋଗର ହାତ ବଢାଇଲl ବିପଦର ବନ୍ଧୁ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକ ମହେନ୍ଦ୍ରଗଡ ପଞ୍ଚାୟତ ରଣlଲଇ ଗାଁର ଆଦିବାସୀ ଗରିବ ଓ ଚାଷୀ ପୁଅ ଦିପୁ କlର୍ଜି ନିଟ୍ ରେ ସଫଳ ହେବା ସହ ଡାକ୍ତର ହେବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ତାଙ୍କୁ ସହଯୋଗର ହାତ ବଢ଼ାଇଛି ବିପଦର ବନ୍ଧୁ ସଂଗଠନ l ଶୁକ୍ରବାର ବିପଦର ବନ୍ଧୁ ସଂଗଠନ ସଦସ୍ୟ ରଣାଲଇ ଗାଁ କୁ ଯାଇ ଦିପୁ ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଦିପୁ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କ ବାପା ଙ୍କ ମୃତ୍ୟୁ ଘଟିଥିଲା l ତାଙ୍କ ମା ତଉତି ବେହେରଦଳାଇ ବହୁ କଷ୍ଟରେ ଦିପୁ କୁ ପାଠ ପଢ଼ାଇ ଥିଲେ l ଏଭଳିକି ଦିପୁ ଭଲ ପାଠ ପଢୁଥିବା ଯୋଗୁଁ ନିଟ୍ ପରୀକ୍ଷା ଦେଇଥିଲେ l ଏଥିପାଇଁ ନିଜର ଜମି ଓ ସୁନା କୁ ବିକ୍ରି କରିବାକୁ ପଡିଲା l ଏବେ ପୁଅ ସର୍ବ ଭାରତୀୟ ନିଟ ପରୀକ୍ଷା ରେ ସଫଳ ହେବା ସହ ଡାକ୍ତର ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l ବ୍ରହ୍ମପୁର ବଡ ମେଡିକାଲ କଲେଜ ରେ ନାମ ଲେଖାଇବା ପାଈଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ହେଲେ ଅର୍ଥ ସମସ୍ୟା ଯୋଗୁଁ ଚିନ୍ତାରେ ଥିଲେ ପରିବାର ଲୋକେ l ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସହଯୋଗ ର ହାତ ବଢ଼ାଇଛି ବିପଦର ବନ୍ଧୁ ଓଡିଶା ସ୍ବେଛାସେବୀ ସଂଗଠନ l ସଂଗଠନ ସଦସ୍ୟ ଭାଗ୍ୟ ପାତ୍ର, ସନ୍ତୋଷ କୁମାର ନାୟକ, ଜୀତେନ୍ଦ୍ର କୁମାର ଗୌଡ଼ ଓ ଗୌରହରୀ ପଲାଇ ପ୍ରମୁଖ ତାଙ୍କ ଘରକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଦିପୁ ର ଡାକ୍ତର ପାଠ ସରିବା ପର୍ଯ୍ୟନ୍ତ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଗ୍ରୁପ ର ସଦସ୍ୟ ମାନେ l