ଗର୍ଭବତୀ ପତ୍ନୀଙ୍କ ବେକ କାଟିଲା ସ୍ୱାମୀ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ଏକ ଧାନ କଟା ଦା ରେ ନିଜ ସାତ ଜନ୍ମର ସାଥି କରିଥିବା ଗର୍ଭବତୀ ପତ୍ନୀ ଙ୍କ ବେକ କାଟିଛି ସ୍ବାମୀ।ଏହି ପରି ଅଭାବ ନୀୟ ଘଟଣା ଘଟିଛି ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ସାମନ୍ତିଆପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡକେରି ଗ୍ରାମରେ । ଛଅ ମାସ ଗର୍ଭବତୀ ପତ୍ନୀଙ୍କ ବେକ କାଟିଲା ସ୍ୱାମୀ ଅନନ୍ତ ବେହେରା। ଗୁରୁତର ଆହତ ମହିଳା ଜଣକ ହେଲେ ମୁଣକେରି ଗ୍ରାମର ପମିତା ବେହେରା (୨୨) ବୋଲି ଜଣାପଡ଼ିଛି। ଦୁହେଁ ଘରେ ଖାଇ ବସିଥିବା ବେଳେ ସାମାନ୍ୟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଉଚ୍ଚ ବାଚ ହୋଇ ଥିଲା।ସ୍ୱାମୀ ଅନନ୍ତ ବେହେରା ଉତ୍ୟକ୍ତ ହୋଇ ପତ୍ନୀଙ୍କ ବେକକୁ ଧାନ କଟା ଦାରେ କାଟିଥିବା ଜଣାପଡ଼ିଛି।ତୁରନ୍ତ ପରିବାର ଲୋକ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଉକ୍ତ ମହିଳା ଜଣକ ଅଧିକ ଗୁରୁତର ଆହାତ ହୋଇଥିବା ଯୋଗୁଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଛି । ମହିଳାଙ୍କ ଭାଇ ତୁରନ୍ତ ଉକ୍ତ ବିଷୟରେ ଫୋନ ମାଧ୍ୟମରେ ଜରଡା ଥାନା ପୋଲିସକୁ ଜଣାଇବା ପରେ ପୋଲିସ ପାତ୍ରପୁର ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଅଭିଯୁକ୍ତ ଅନନ୍ତ ବେହେରାଙ୍କୁ ଅଟକ ରଖିଥିବା ନେଇ ଜରଡା ଥାନା ଅଧିକାରୀ ଟୁନା ସାସମଲ ସୂଚନା ପ୍ରଦାନ କରିଛନ୍ତି।