ଗର୍ଭବତୀ ମହିଳାଙ୍କ ଶବ ୨ କିମି ବୋହିଲେ ଗ୍ରାମବାସୀ

ମୋହନା, (ଅଂଶୁମାନ ପଣ୍ଡା):ଗାଁ କୁ ରାସ୍ତା ନଥିବା ଯୋଗୁଁ ଯାଇପରିଲାନି ଆମ୍ବୁଲାନ୍ସ l ଫଳରେ ମୃତ ଗର୍ଭବତୀ ମହିଳାଙ୍କ ଶବ କୁ ପ୍ରାୟ ୨ କିଲୋମିଟର ବୋହି ଆଣିଲେ ଗ୍ରାମବାସୀ l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ନିଲ୍ଦିକିଆ ଗାଁରେ l ଅସୁସ୍ଥତା ଯୋଗୁଁ ଗାଁର ଗର୍ଭବତୀ ମହିଳା ମମତା ମଲ୍ଲିକଙ୍କ ମୁତ୍ୟୁ ଘଟିଥିବା ବେଳେ ତାଙ୍କ ମୃତଦେହ କୁ ପ୍ରାୟ ୨ କିମି କାନ୍ଧରେ ବୋହି ଗାଁକୁ ଆଣିଥିଲେ ଗ୍ରାମବାସୀ l ମିଳିଥିବା ସୂଚନା ପ୍ରକାରେ ଡମ୍ବଗୁଡ଼ା ପଞ୍ଚାୟତ ନିଲ୍ଡିକ୍ଲିଆ ଗ୍ରାମର ବଳରାମ ମଲ୍ଲିକ ଙ୍କ ପତ୍ନୀ ମମତା ମଲ୍ଲିକ ୬ ମାସର ଗର୍ଭବତୀ ଥିଲେ l ତେବେ ଶନିବାର ଗର୍ଭବତୀ ମହିଳା ମମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ପ୍ରଥମେ ଅଡବା ମେଡିକାଲ ନେଇଥିଲେ । ସେଠାରେ ଚିକିତ୍ସା କରାଯାଇଥିଲେ ମଧ୍ୟ ମମତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିନଥିଲl l ଏହାପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ତେବେ ରବିବାର ଭୋର ସମୟରେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମମତା ଙ୍କ ମୃତ୍ୟୁ ଘଟିଥିଲା l ପରିବାର ଲୋକେ ଏକ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ରୁ ଗାଁ କୁ ଆଣିଥିଲେ l ତେବେ ଗାଁ କୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ୨ କିଲୋମିଟର୍ ଦୂର ହରଗୁଦl ଗାଁ ନିକଟରେ ଶବ ରଖିଦେଇଥିଲା l ତେଣୁ ବାଧ୍ୟ ହୋଇ ଗାଁ ଲୋକେ ଶବକୁ ୨ କିଲୋମିଟର କାନ୍ଧରେ ବୋହି ନେଇଥିଲେ l ମେଡିକାଲ ନେବାବେଳେ ମଧ୍ୟ ଦୋଳl କରି ନେଇଥିଲେ ଗ୍ରାମବାସୀ l ଗାଁକୁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି l ତେଣୁ ବର୍ଷ ବର୍ଷ ଧରି ଏଭଳି ସମସ୍ୟା ଭୋଗୁଥିବା କହିଛନ୍ତି ଗ୍ରାମବାସୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ