ଗାଢ଼ରେ ପଡ଼ିଥିବା ହାତୀ ଛୁଆକୁ ଉଦ୍ଧାର କଲା ବନବିଭାଗ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ପକାମୁଣ୍ଡା ଜଙ୍ଗଲରେ ହାତୀ ପଲ ପାରିହେବା ସମୟରେ ଏକ ଗାଢରେ ଗତକାଲି ରାତି ପ୍ରାୟ ୧୨ ଘଟିକା ସମୟରେ ଛୁଆ ହାତୀଟି ଖସି ପଡିଥିବା ଖବର ମିଳିଥିଲା ଖବର ପାଇ ସଙ୍ଗେ ସଙ୍ଗେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସମସ୍ତ ଅଧିକାରୀଙ୍କ ସହିତ ଘଟଣା ସ୍ଥଳରେ ପହଁଚି ସ୍ଥିତି ପରଖିଥିଲେ ଓ ସକାଳୁ ହାତୀ ଛୁଆକୁ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଆହତ ହାତୀଛୁଆ ନିକଟରେ ମାଆ ହାତୀ ଓ ୪ଟି ହାତୀ ଉପସ୍ଥିତ ରହିଥିବାରୁ ହାତୀଛୁଆ ନିକଟକୁ ଯିବା ସମ୍ଭବ ହୋଇପାରିନଥିଲା ବନବିଭାଗର ଗାଜସାଥି ଓ ଅନ୍ୟ କର୍ମଚାରୀ ମାନେ ଉକ୍ତ ୩ଟି ହାତୀଙ୍କୁ ଦୁରକୁ ଘୋଉଡାଇ ଥିଲା ବାରମ୍ବାର ଘୋଉଡ଼ାଇବାକୁ ଚେଷ୍ଟା କଲା ପରେ ମଧ୍ୟ ମାଆ ହାତୀ ତାର ଅସୁସ୍ଥ ଛୁଆକୁ ଛାଡି ଯାଇନଥିଲା ଛୁଆ ହାତୀ ଓ ତାର ମାଆକୁ ଖାଇବାକୁ କୋବି, କଦଳୀ ଓ ପତ୍ର ଦିଆଯିବା ସହିତ ଅଗ୍ନିଶମ ବିଭାଗ ପକ୍ଷରୁ ଜଳ ସିଞ୍ଚନ କରାଯାଇଥିଲା ପରେ କେନ୍ଦୁଝର ଓ ଶିମିଳିପାଳର ବନ୍ୟ ପ୍ରାଣୀ ଚିକିତ୍ସା ବିଶେଷଜ୍ଞଙ୍କୁ ଖବର ଦିଆଯାଇଥିଲା ସେମାନେ ଓ ତାଙ୍କ ଟିମ ପହଂଚି ସ୍ଥିତି ପରଖିଥିଲେ ହାତୀଛୁଆକୁ ଉଦ୍ଧାର ନିମନ୍ତେ କ୍ରେନ, ଜେସିବି ଓ ମେଡିକାଲ ଟିମ ସକାଳୁ ପ୍ରସ୍ତୁତ ହୋଇ ରହିଥିଲେ ବନଖଣ୍ଡ ଅଧିକାରୀ ଓ ଅନ୍ୟ ଅଧିକାରୀ ମାନେ ବହୁ ବିଚାର ବିମର୍ଶ ପରେ ମାଆହାତୀକୁ କୌଣସି କ୍ରମେ ଛୁଆ ନିକଟରୁ ଘୋଉଡାଇ ଛୁଆ ହାତୀକୁ ଟ୍ରଙ୍କୁଲାଇଜ କରାଯିବାକୁ ନିଷ୍ପତି ନିଆଗଲା ହାତୀ ଛୁଆ ଦେଖିବାକୁ ଲୋକଙ୍କ ଗହଳି ଯୋଗୁବନବିଭାଗକୁ ନାକେଦମ ହେବାକୁ ପଡିଥିଲା ଶେଷରେ କରଞ୍ଜିଆ ପୋଲିସ ଉପସ୍ଥିତ ହୋଇ ଭିଡ଼ ନିୟନ୍ତ୍ରଣ କରିଥିଲା ଘଟଣା ସ୍ଥଳରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ଥାନା ଅଧିକାରୀ ନିରୋଜ ମଲ୍ଲିକ, କରଞ୍ଜିଆ ପଶୁ ଚିକିତ୍ସା ଅଧିକାରୀ ଓ ତାଙ୍କ ଟିମ, ଅଗ୍ନିଶମ ଅଧିକାରୀ ଦୀପକ ଜେନା ଓ ଅନ୍ୟ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିଥିଲେ ସମୟ ଗଡ଼ିବା ସହିତ ସନ୍ଧ୍ୟା ହେଲେ ଉଦ୍ଧାର କାର୍ଯ୍ୟରେ ହାତୀପଲ ପୁଣି ଫେରିଆସି ବ୍ୟାଘାତ ସୃଷ୍ଟି କରିବା ସମ୍ଭାବନାକୁ ନେଇ ବିଚାର ବିମର୍ଶ ଓ ବହୁ ପ୍ରୟାସ ପରେ ୨ଟି ଜେସିବି ଓ ଗାଜସାଥି ଅନ୍ୟ କର୍ମଚାରୀଙ୍କ ଦ୍ୱାରା ମାଆ ହାତୀକୁ ନିକଟସ୍ଥ ଜଙ୍ଗଲକୁ ଘୋଉଡା ଯାଇଥିଲା କେନ୍ଦୁଝର ଓ ଶିମିଳିପାଳରୁ ଆସିଥିବା ବିଶେଷଜ୍ଞଙ୍କ ଦ୍ୱାରା ଟ୍ରଙ୍କୁଲାଇଜ କରାଯାଇ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ବନବିଭାଗର ଉଦ୍ୟାନକୁ ଚିକିତ୍ସା ନିମନ୍ତେ ନିଆଯାଇଛି ସେଠାରେ ଛୁଆ ହାତୀର ଚିକିତ୍ସା କରାଯିବ ଏଥିସହ ସେ କହିଛନ୍ତି ଯେ ଅନୁମାନ କରାଯାଉଛି ହାତୀର ପଛ ଗୋଡ଼ରେ ଗମ୍ଭୀର ଆଘାତ ଲାଗିଛି କିନ୍ତୁ ହାତୀ ଛୁଆର ଯାଞ୍ଚ ପରେ କଣ ହୋଇଛି ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ