ଗୁଣପୁରକୁ ନୂତନ ବ୍ଲକ ମାନ୍ୟତା ନେଇ କଳାହାଣ୍ଡି ସାଂସଦଙ୍କୁ ଦାବି ପତ୍ର

ଥୁଆମୂଳ ରାମପୁର,(ରଥ ଦୁରୀଆ): କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ଗୁଣପୁର କୁ ନେଇ ନୂତନ ବ୍ଲକ ଗଠନ ର ଦାବି ଉଠିଛି । ଆଦିବାସୀ ଅଧ୍ୟୁଷିତ ବଣ ପାହାଡ ଘେରା ଏହି ଅଞ୍ଚଳ ସ୍ବାଧିନତାର ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଲୋକେ ଶିକ୍ଷ୍ୟା, ସ୍ବାସ୍ଥ୍ୟ, ଗମନା କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ରହିଥବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଥୁଆମୁଳ ରାମପୁର ସ୍ବାସ୍ଥ୍ୟ କେନ୍ଦ୍ର କହିଲେ କେବଳ ଗୋଟିଏ ମାତ୍ର ଉପ ସ୍ବାସ୍ଥ୍ୟ କେନ୍ଦ୍ର ଅଛି, ସାମାନ୍ୟ ରୁ ସାମାନ୍ୟ ଜୋର ହେଲେ ମଧ୍ୟ ଜିଲ୍ଲା ମୁଖ୍ୟ ଡାକ୍ତର ଖାନକୁ ସ୍ଥାନନ୍ତର କରାଯାଉଥିବା ଅଭିଯୋଗ ହୋଇଛି । ବ୍ଲକ ମହକୁମା କୁ କୌଣସି ସରକାରୀ ବେସରକାରୀ କାର୍ଯ୍ୟ ରେ ଯାଇଥିବା ବେଳେ ଅଫିସରଙ୍କୁ ଦେଖା କରିବା ମଧ୍ୟ କଷ୍ଟ ସାଧ୍ୟ ହୋଇ ପଡୁଛି।ଭୌଗଳିକ ଦୃଷ୍ଟି କୋଣରୁ ଥୁଆମୂଳ ରାମପୁର ର ପରିସୀମା ୨୪ ଗୋଟି ଗ୍ରାମ ପଞ୍ଚାୟତ କୌଣସି ଏକ ସବଡିଭିଯନ୍ ଠାରୁ କମ୍ ନୁହଁ।ଏହାର ପରିସୀମା ରାୟଗଡାରୁ,ନବରଙ୍ଗପୁର କଳାହାଣ୍ଡି ଛୁଇଁଛି ଥିବାବେଳେ ଲୋକେ ସରକାରୀ କିମ୍ବା ବେସରକାରୀ କାର୍ଯ୍ୟ ରେ ସଦର ମହକୁମା ଯାଇ ସନ୍ଧ୍ୟାହୋଇଗଲେ ରସ୍ତକୋଡରେ ଭୋକିଲା ପେଟରେ ରାତ୍ରିଯାପନ କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି । କାରଣ ଥୁଆମୂଳ ରାମପୁର ରେ ସେଭଳି ଯାତ୍ରୀ ନିମନ୍ତେ ରହିବାର କୌଣସି ସୁବିଧା ନାହିଁ । ଏଣୁ ୯ ଗୋଟି ପଞ୍ଚାୟତ ଯଥା – ଗୁଣପୁର, କାନିଗୁମା, ଥୁଆମୂଳ,, କେରପାଇ , ତାଲଆମପଦର୍, ନାକରୁଣ୍ଡି,ସିଲେଟ, କର୍ଲାପାଟ, କିଆପଦର୍ କୁ ନେଇ ଗୁଣପୁର ଠାରେ ଏକ ସ୍ଵତନ୍ତ୍ର ବ୍ଲକ ଗଠନ ନିମନ୍ତେ କିଆପଦର ସରପଞ୍ଚ ଲକିଧର ମାଝି , କର୍ଲାପାଟ ସରପଞ୍ଚ ବିଶ୍ଵ ମାଝି, ଗୁଣପୁର ସରପଞ୍ଚ ସୁଜାତା ମାଝି, ତଳ ଆମପଦର ସରପଞ୍ଚ ପ୍ରକାଶ ମାଝି, ଡାଲଗୁମା ର ସମାଜ ସେବି ବଳରାମ ଦେଓ ଓ ମିଶ୍ର ମାଝି କାଣିଗୁମା ସରପଞ୍ଚ ଧ୍ରୁବ ଚରଣ ମାଝି ଏବଂ ସାଂସଦ ପ୍ରିତିନିଧି ପବିତ୍ର ନାଏକ ଙ୍କ ଉପସ୍ଥିତି ରେ ଗ୍ରାମ ବାସୀ ମିଶି କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଜି ଙ୍କୁ ଏକ ଦାବି ଦାବିପତ୍ର ଦେଇଥିଲେ । କହିଥିଲେ ଏହି ୯ ଗୋଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳୀ ଗ୍ରାମ ପଞ୍ଚୟତ ଗୁଣପୁର ହେଇଥିବାରୁ ଏଠାରେ ଲୋକେ ବହୁ ମାତ୍ରାରେ ନିର୍ଭର କରିଥାନ୍ତି ଏବଂ ଏଠାରେ ନୂତନ ବ୍ଲକ କରାଗଲେ ଲୋକେ ଉପକୃତ ହେବେ ବୋଲି ସରପଞ୍ଚ ଏବଂ ଗ୍ରାମ ବାସୀ କଳାହାଣ୍ଡି ସାଂସଦ ଙ୍କୁ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ