ଗୁମ୍ମା ବ୍ଲକ ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା କାଟ୍ ଖାଇଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଳକ୍ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ଗତ କିଛି ମାସ ପୂର୍ବେ କିଛି ସମିତି ସଭ୍ୟ ଓ ସଭ୍ଯା ଅଧ୍ଯକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଜିଲାପାଳଙ୍କ ନିକଟରେ ପିଟିସନ ଦାଖଲ କରିଥିଲେ ଜିଲାପାଳ ତାହାକୁ ଗ୍ରହଣ କରି ଅନାସ୍ଥା ପ୍ରସ୍ତାବ ଭୋଟ ପାଇଁ ଆଦେଶ ଦେଇଥିଲେ । ଗୁମ୍ମା ପଞ୍ଚାୟତ ସମିତିର ସଭାଗୃହରେ ଭୋଟିଂ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଇ ପ୍ରିଜାଇଡିଂ ଅଧିକାରୀ ଭାବେ କାଶୀନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡମ୍ବରୁଧର ମଲିକ ଉପସ୍ଥାନ ଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲେ । ମୋଟ ୪୧ଜଣ ସଦସ୍ୟ ମଧ୍ୟରୁ କେବଳ ବଳ ୧୪ଜଣ ଉପସ୍ଥିତ ହୋଇଥିଲେ । ତେଣୁ କୋରମ ଅ ଅଭାବରୁ । ନିୟମ ଅନୁଯାୟୀ ଦୁଇ ତୃତୀୟାଂଶ ସଭ୍ୟ ସଭ୍ୟାଙ୍କ ଉପସ୍ଥିତିରେ ଏହି ପ୍ରକ୍ରିୟା ହୋଇଥାନ୍ତା କିନ୍ତୁ ଆବଶ୍ୟକ ସଭ୍ୟ ଉପସ୍ଥିତ ହୋଇ ନଥିବାରୁ ଆଜିର ଅନାସ୍ଥା ପ୍ରସ୍ତାବର ଭୋଟିଂ ପ୍ରକ୍ରିୟା ହୋଇପାରିନଥିଲା । ତେଣୁ ଅଧ୍ଯକ୍ଷା ସୁନେମି ମଣ୍ଡଳଙ୍କ ପଦ କାଏମ ରହିଥିଲା । ଏହି ଭୋଟିଂ ପ୍ରକ୍ରିୟାରେ ଗୁମ୍ମା ତହସିଲଦାର ଦେବୀ ପ୍ରସନ୍ନ ସାସ୍କୃତ ମାଜିଷ୍ଟେଟ୍ ଦାୟିତ୍ଵରେ ଥିବା ବେଳେ ଗୁମ୍ମା ଜିପିଇଓ ଟି. ସୁରିନାରାୟଣ ପରିଚାଳନା କରିଥିଲେ । ଶାନ୍ତିଶୃଙ୍ଖଳା ପାଇଁ ସେରଙ୍ଗ ଥାନା ଅଧିକାରିଣୀ ନଳିନୀ କୁମାରୀ କାହଁରଙ୍କ ନେତୃତ୍ବରେ ପୁଲିସ ବାହିନୀ ଉପସ୍ଥିତ ଥିଲେ ।