ଗୋପାଳପୁର ବନ୍ଦର ରେ ମାଲ ପାରିବହନ କୁ ନେଇ ପ୍ରଶାସନ, ପୋଲିସ ଓ ଟ୍ରକ ମାଲିକ ସଂଘ ର ତ୍ରିପାକ୍ଷିକ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ଓ ସଠିକ ଦର ପ୍ରଦାନ କରିବା ଦାବି ନେଇ ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରେସନ ପକ୍ଷରୁ ଏକ ଦାବିପତ୍ର ଗତ ୭ ଦିନ ତଳେ ଗଞ୍ଜାମ ଜିଲ୍ଲାପାଳ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରାଯାଇଥିଲା l ଆସନ୍ତା ୨୮ ତାରିଖ ଦିନ ଏନେଇ ଧାରଣା ଦିଆଯିବ ବୋଲି ଫେଡେରେସନ ପକ୍ଷରୁ ଡାକରା ଦିଆଯାଇଥିଲା l ଏନେଇ ଶନିବାର ପୂର୍ବାହ୍ନରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଟ୍ରକ ମାଲିକ ସଂଘ , ପ୍ରଶାସନ ଓ ପୋଲିସ ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରିକ୍ତ ଉପ ଜିଲ୍ଲାପାଳ ପାର୍ଥ ସାରଥୀ ହାଁସଦା ଅଧ୍ୟକ୍ଷତା କରି ଫେଡେରେସନ ର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା l ଆଜକୁ ଦେଢ଼ ବର୍ଷ ହେଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ଟ୍ରକ ମାଲିକ ମାନେ ଗୋପାଳପୁର ବନ୍ଦରରେ ମାଲ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ସହିତ ସେମାନଙ୍କୁ ଉଚିତ ଦର ପ୍ରଦାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବନ୍ଦର କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବନ୍ଦର ରୁ ସ୍ୱୀକୃତି ପାଇଥିବା ଟ୍ରାନ୍ସପୋର୍ଟର ମାନେ ଜାଣି ଶୁଣି ହଇରାଣ କରୁଥିବା ଟ୍ରକ ମାଲିକ ମାନେ ଅଭିଯୋଗ କରିଛନ୍ତି l ଗଞ୍ଜାମ ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ପରିବହନ କାର୍ଯ୍ୟରେ ନିୟୋଜିତ ନ କରି ଅନ୍ୟ ଜିଲ୍ଲାର ଟ୍ରକ ମାଲିକ ମାନଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରୁଥିବା ମଧ୍ୟ ସେମାନେ କହିଛନ୍ତି l ଯାହା ଫଳରେ ସେମାନେ ବିଭିନ୍ନ ବ୍ୟାଙ୍କ ଗୁଡିକ ରୁ ଆଣିବା ଋଣ ଟ୍ରକ ମାଲିକ ମାନେ କିସ୍ତି ବାନ୍ଧିବା ପାଇଁ ଏମାନେ ଅସମର୍ଥ ହୋଇ ଋଣ ଭାର ରେ ବୁଡି ଆତ୍ମ ହତ୍ୟା କରିବାକୁ ବାଧ୍ୟ ହେଉଥିବା ବହୁ ମାଲିକ ମାନେ କହିଛନ୍ତି l ଏଣୁ ସେମାନଙ୍କ ସମସ୍ୟା ଗୁଡିକର ଯଥା ଶୀଘ୍ର ସମାଧାନ ଲାଗି ଗଞ୍ଜାମ ମାଲ ବୋଝେଇ ଟ୍ରକ ମାଲିକ ଫେଡେରସନ ର ଉପଦେଷ୍ଟା ଶଙ୍କର ପ୍ରସାଦ ଦାଶ, ମା ଦକ୍ଷିଣ କାଳୀ ପରିବହନ ମାଲିକ ସଂଘ ର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ଜିଲ୍ଲା ଟ୍ରକ ମାଲିକ ସଂଘ ର ସଭାପତି ପ୍ରମୋଦ କୁମାର ଜେନା, ଗୋପାଳପୁର ଟ୍ରକ ମାଲିକ ସଂଘର ସଭାପତି ଶିବାନୀ ଶଙ୍କର ଦଳାଇ, ଭଗବାନ ନାହାକ ଙ୍କ ସମେତ ବହୁ ଟ୍ରକ ମାଲିକ ମାନେ ବୈଠକ ରେ ଦାବି କରିଥିଲେ l ଆଗାମୀ ଦିନରେ ସେମାନଙ୍କ ଦାବି ଗୁଡିକ ଜିଲ୍ଲା ପ୍ରଶାସନ ସମାଧାନ କରିବ ବୋଲି ସେମାନେ ଆଶା ରଖିଥିବା ବେଳେ ଆସନ୍ତା ୨୮ ତାରିଖରେ ଫେଡେରସନ ପକ୍ଷରୁ ଡାକରା ଦିଆଯାଇଥିବା ଧାରଣା କୁ ସ୍ଥଗିତ ରଖାଯିବ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି l ଅନ୍ୟପଟେ ଆସନ୍ତା ୧୫ ଦିନ ମଧ୍ୟରେ ଏହି ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ଆଲୋଚନା କରି ନିଷ୍ପତି ନିଆଯିବା ଲାଗି ବୈଠକ ନିଷ୍ପତି ହୋଇଥିବା ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ ସୂଚନା ଦେଇଛନ୍ତି l ଏହି ତ୍ରିପାକ୍ଷିକ ବୈଠକରେ ଛତ୍ରପୁର ଏସଡିପିଓ ଗୌରହରି ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଚମାଖଣ୍ଡି ଥାନା ଅଧିକାରୀ ଦୀପିକା ଦେବି ରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ବହୁ ଟ୍ରକ ମାଲିକ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ