ଗୋପ ବ୍ଲକ ଅଧ୍ୟକ୍ଷାଙ୍କୁ ଅସଦାଆଚଣକୁ ନେଇ ବିଜେଡିର ପଦଯାତ୍ରା

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକଙ୍କୁ ଅସଦାଚର ମାମଲାରେ ଥାନା ଘେରିଲା ବିଜେଡି। ସୂଚନା ଅନୁଯାୟୀ ଏକ ସପ୍ତାହ ତଳେ ଗୋପ ବ୍ଲକରେ ଏକ ଭିଡିଓ କନଫରେନ୍ସ କକ୍ଷ ଉଦଘାଟନ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା କରାଯାଇଥିଲା ହେଲେ ସେହି ଫଳକରେ ଦୁଇ ବିଧାୟକ ଓ ବ୍ଲକ୍ ଅଧ୍ୟକ୍ଷାଙ୍କ ନାଁ ନଥିଲା।ଯେହେତୁ ଗୋପ ବ୍ଲକ୍ ୩୧ପଞ୍ଚାୟତ ମଧ୍ୟରୁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅଧୀନରେ ୧୪ଟି ପଞ୍ଚାୟତ ଓ କାକଟପୁର ୧୪ ଏବଂ ପୁରୀ ସଦରରେ ୩ଟି ପଞ୍ଚାୟତ ରହିଛି ତେଣୁ ଫଳକରେ ୩ଜଣ ବିଧାୟକଙ୍କ ନାମ ରହିବା ନିୟମ ରହିଛି।କେବଳ ନିମାପଡ଼ା ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନାମରେ ଫଳକ ରହିଥିଲା ଅଧ୍ୟକ୍ଷା ଝୁନୁ ମଲ୍ଲିକ ଏହାର ପ୍ରତିବାଦ କରିଥିଲେ।ଏହା ପରେ ଉପାଧ୍ୟକ୍ଷ ବନରଞ୍ଜନ ପଟ୍ଟନାୟକ ଓ ତାଙ୍କ ସମର୍ଥକ ଏହାକୁ ବିରୋଧ କରିବା ସହିତ ଅଧ୍ୟକ୍ଷା ଆଉ ଉପାଧ୍ୟକ୍ଷଙ୍କ ସମର୍ଥକ ଗୋଟେ ପ୍ରକାର ମୁଁହା ମୁହିଁ ହୋଇଥିଲେ। ପରେ ଗୋପ ଥାନାରେ ଦୁହେଁ ଦୁହିଁଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ।ହେଲେ ଅଧ୍ୟକ୍ଷାଙ୍କ ଅଭିଯୋଗ ସର୍ତ୍ତ ପୋଲିସ ମାମଲା ରୁଜୁ କରିନଥିଲା।ଏମିତିକି ଅଭିଯୋଗର ୭ଦିନ ପରେ ମଧ୍ୟ ପୋଲିସର ଏକ ପ୍ରକାର ନୀରବ ରହିବା ଯୋଗୁ ଆଜି ବିଜୁ ଜନତା ଦଳ ପକ୍ଷରୁ କୁସୁପୂର୍ ପେଟ୍ରୋଲ ପମ୍ପ ଠାରୁ ଏକ ପଦଯାତ୍ରା ବାହାରି ଗୋପ ଥାନା ନିକଟରେ ପହଁଚି ସେଠାରେ ଥାନା ଘେରାଉ କରିବା ସହିତ ଏସଡିପିଓ ଙ୍କୁ ଏକ ଦାବି ପ୍ରତ୍ର ପ୍ରଦାନ କରିଥିଲେ।ତେବେ ପୋଲିସ ଏହିଭଳି ଏକ ଘଟଣାକୁ ନେଇ କେବେ ତତ୍ପରତା ଦେଖାଇବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ