ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାୟାକଳ୍ପ ଟିମ୍

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନରେ ଆସିଥିବା କାୟା କଳ୍ପ ଟିମ୍ ସ୍ୱାସ୍ଥ୍ୟ କେନ୍ଦ୍ରର ପରିମଳ ବ୍ୟବସ୍ଥା ଦେଖି ଖୁସି ପ୍ରକଟ କରିବା ସହ ମେଡିକାଲ କର୍ତୃପକ୍ଷଙ୍କୁ ମଧ୍ଯ ଉଚ୍ଚ ପ୍ରଶଂସା କରିଛନ୍ତି I ସୂଚନା ପ୍ରକାରେ ସ୍ଵାସ୍ଥ୍ୟକେନ୍ଦ୍ର ମାନଙ୍କର ଭିତ୍ତିଭୂମି ତଥା ପରିମଳ ବ୍ୟବସ୍ଥାର ତଦାରଖ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ସ୍ଵଚ୍ଛତା ଅଭିଯାନରେ ଗଠିତ ହୋଇଥିବା ରାଜ୍ଯ କାୟାକଳ୍ପ ଟିମ୍ ର ଯୁଗ୍ମ ନିର୍ଦ୍ଦେଶକ ଡ଼କ୍ଟର୍ ପ୍ରତିଭା ପ୍ରଧାନଙ୍କ ନେତୃତ୍ୱରେ, ଆୟୂଷ କନ୍ସୁଲାଣ୍ଟ ଡକ୍ଟର୍ ଅସିତ୍ କୁମାର ମହାନ୍ତି, ଷ୍ଟେଟ୍ ପ୍ରୋଗ୍ରାମ୍ ଅଫିସର୍ ଡକ୍ଟର୍ ଶ୍ରୀପତି ଦାସ ମହାପାତ୍ର ପ୍ରମୁଖ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିମଳ, ବଗିଚା ନିର୍ମାଣ,ବର୍ଜ୍ୟବସ୍ତୁ ପରିଚାଳନା ,ଇନ୍ଫେକ୍ସନ କଣ୍ଟ୍ରୋଲ୍ ,ରଙ୍ଗ କାମ, ରୋଗୀଙ୍କ କୋଠରୀ,ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ ସମେତ ବିଭିନ୍ନ କାୟାକଳ୍ପ କାର୍ଯ୍ୟ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ବିଭାଗର କାଗଜପତ୍ରର ସମୀକ୍ଷା କରିଥିଲେ I ଏନେଇ ଡକ୍ଟର୍ ପ୍ରତିଭା ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ସେ ସନ୍ତୋଷ ବ୍ୟକ୍ତ କରିବା ସହ ଗୋବରା ସ୍ୱାସ୍ଥ୍ୟ କେନ୍ଦ୍ର ଗ୍ରାମାଞ୍ଚଳର ରୋଗୀକୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଆଗାମୀ ଦିନରେ ଏକ ମାଇଲ ଖୁଣ୍ଟ ହେବ ବୋଲି ପ୍ରକାଶ କରିଥିଲେ I ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଆୟୂଷ ଡକ୍ଟର୍ ସରୋଜ କୁମାର ପ୍ରଧାନ, ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ, ଡ଼କ୍ଟର୍ ସନ୍ତୋଷ ବିଶ୍ୱାଳ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡାଙ୍କ ସମେତ ସମସ୍ତ ମେଡିକାଲ କର୍ମଚାରୀ ଉପସ୍ଥିତ ରହି କାୟାକଳ୍ପ ଟିମକୁ ସ୍ୱାଗତ କରିବା ସହ ମେଡିକାଲ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ