ଗୋବରା ପଦାର୍ପଣ ଦିବସ ପାଳିତ
ବେଲଗୁଣ୍ଠା , (ଯୁଗାବ୍ଦ ନ୍ୟୁଜ) : ମହାତ୍ମାଗାନ୍ଧୀଙ୍କର ୯୩ତମ ଗୋବରା ପଦାର୍ପଣ ଦିବସ ଅବସରରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦର ଆୟୋଜନରେ ଗାନ୍ଧୀପୀଠ ଠାରେ ମହା ଆଡମ୍ବରରେ ଶନିବାର ପାଳିତ ହୋଇଯାଇଛି । ସୁଚନାନୁସାରେ , ୧୯୨୭ ମସିହା ଡସେମ୍ବର ୬ ତାରିଖ ଦିନ ଗୋବରାଠାରେ ଅନୁଷ୍ଠିତ କେ ସଭାରେ ଗାନ୍ଧିଜୀ ୭ ମିନଟ ଉଦବୋଧନ ଦେଇଥିଲେ । ସେହି ସ୍ମୃତିକୁ ମନେ ରଖିବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ଗୋବରା ପଦାର୍ପଣ ଦିବସ ଦିବସ ଭାବରେ ପାଳନ କରାଯାଉଛି । ଏହି ପରୀପ୍ରେକ୍ଷୀରେ ଶନିବାର ପରିଷଦର ସଭାପତି ଗୋପାଳ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଘୁମୁସର ସ୍ୱାଧୀନତା ସଂଗ୍ରାମୀ ପରିବାର ମଞ୍ଚ ସଭାପତି ଅଭିମନ୍ୟୁ ଗୌଡ , ମୁଖ୍ୟ ବକ୍ତା ଭାବେ ଓଡିଶା ଅର୍ଥନୈତିକ ସ୍ୱାଧିନତା ମଞ୍ଚ ସଭାପତି ଗୋପାଳ କୃଷ୍ଣ ବିଷୋୟୀ , ଶିକ୍ଷାବିତ ବନମାଳୀ ଲେଙ୍କା , ହୃଷିକେଶ ବିଶ୍ୱାଳ , କୁଞ୍ଜ ବିହାରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥୀ ଭାବେ ଯୋଗଦେଇ ଏହି ଦିବସର ତାତ୍ପର୍ଯ୍ୟ ଉପରେ ଗଭୀର ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାରୀ ମହିଳା ମହା ବିଦ୍ୟାଳୟ, ବିଶ୍ୱ ଭାରତୀ ବାଳିକା ଉଚ୍ଚ ବିଦ୍ୟାଳୟ , ଅରବିନ୍ଦ ଶିକ୍ଷା ନିକେତନର ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିସାରିବା ପରେ ଗାନ୍ଧୀପୀଠରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ସଭାପତି ଅଭିମନ୍ୟୁ ଜଳାଇ , ରାମକୃଷ୍ଣ ପାତ୍ର , ଶରତ ଚନ୍ଦ୍ର ରଥ , ତ୍ରିଲୋଚନ ପ୍ରଧାନ , ସୁରେନ୍ଦ୍ର ଦାସ , ସୁରେନ୍ଦ୍ର କୁମାର ପାତ୍ର , କୈଳାଶ ଚନ୍ଦ୍ର ପାଢୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।