ଗୋବରୀ ନଦୀ ଉପରେ ଅସ୍ଥାୟୀ ବାଉଁଶ ପୋଲକୁ ନେଇ ବିବାଦ ତେଜୁଛି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନୂଆ ବସଷ୍ଟାଣ୍ଡ ସନ୍ନିକଟ ଗୋବରୀ ନଦୀ ଉପରେ ବେଆଇନ ଭାବେ ବାଉଁଶରେ ଅତ୍ୟନ୍ତ ବିପଦ ପୂର୍ଣ୍ଣଭାବେ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଲୋକଙ୍କ ଭିଡ ଯମିବା ପାଇଁ ଅତ୍ୟନ୍ତ ତରବରିଆ ଭାବେ ନିର୍ମାଣ କରାଯାଉଛି ଏକ ଅସ୍ଥାୟୀ ବାଉଁଶ ପୋଲ। ଏହି ଅସ୍ଥାୟୀ ତଥା ଅସୁରକ୍ଷିତ ବାଉଁଶ ପୋଲକୁ ନେଇ ଧିରେ ଧିରେ ବିବାଦ କୁହୁଳି ବାରେ ଲାଗିଛି । କାହା ନିର୍ଦ୍ଧେଶରେ ଏଭଳି ବିପଦପୂର୍ଣ୍ଣ ତଥା ଅସୁରକ୍ଷିତ ବାଉଁଶ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି? କିଏ ଦେଇଛି ବାଲିଯାତ୍ରା କମିଟିକୁ ଏପରି ରାତିଅଧିଆ ଅନୁମତି ? ଯଦି ବାଉଁଶ ପୋଲରୁ କେହି ଗୋବରୀ ନଦୀ ପାଣିରେ ହଠାତ୍ ଖସିପଡି ମୃତ୍ୟୁ ବରଣ କରେ ତେବେ ସେଥିପାଇଁ କିଏ ଦାୟୀ ରହିବ? ଜିଲ୍ଲା ପ୍ରଶାସନ ନା ବାଲିଯାତ୍ରା କମିଟି ସଭାପତି ନା ସମ୍ପାଦକ ଦାୟି ରହିବେ ଏଥିନିମନ୍ତେ ? ଏପରି ଘଟଣାକୁ ନେଇ ସହର ସାରା ପ୍ରତ୍ୟେକ ଛକ, ବଜାରରେ ଏହା ମୂଖ୍ୟ ଆଲୋଚନାର ବିଷୟ ପାଲଟିଛି । ଅନ୍ୟପକ୍ଷରେ ସ୍ଥାନୀୟ ବୁଦ୍ଧିଜିବୀ ମାନେ କହିବାକୁ ଆରମ୍ଭ କଲେଣି ଯେ କେନ୍ଦ୍ରାପଡା ବାଲିଯାତ୍ରାର କେତେକ ସଭ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବେସରକାରୀ ସଂସ୍ଥା ଗୁଡିକରୁ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ କରି ସହରବାସୀଙ୍କୁ ଫସାଇ ବିପଦ ମୁହଁକୁ ଠେଲିଦେଇ ଆଦାୟ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାକୁ ଲୁଟି ଖାଇବା ପାଇଁ ଏକ ପ୍ରକାର ମସୁଧା ଚଳାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଆଦାୟକରି ଅତି ସହଜରେ ଆତ୍ମସାତ୍ କରିବା ପାଇଁ ବାଲିଯାତ୍ରା ଏକ ପ୍ରକାର ମାଧ୍ୟମ ବା ଉପାୟ ବୋଲି ଭାବି ନେଲେଣି କମିଟିର କର୍ମକର୍ତ୍ତାମାନେ । ରାଜ୍ୟ ଓ ରାଜ୍ୟ ବାହାରେ ବିଭିନ୍ନ ଜିଲ୍ଲା ଓ ଧାର୍ମିକ ପୀଠ ମାନଙ୍କରେ ପୋଲ ଛିଡି ବହୁ ଧନଜୀବନ ବାରମ୍ବାର ହାନି ହେଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ମେଳା, ମହୋତ୍ସବ ତଥା ଯାନିଯାତ୍ରାରେ କୌଣସି ଛୋଟ ମୋଟ ନଦୀ ଉପରେ ବିପଦ ସଂକୁଳ ଅବସ୍ଥାରେ ଅସ୍ଥାୟୀ ପୋଲ ନିର୍ମାଣ ହୋଇ ପାରିବ ନାହିଁ ବୋଲି ଆଇନ ପ୍ରଣୟନ କରିଛନ୍ତି। କିନ୍ତୁ କାହା ସାହାସ ଏବଂ ନିର୍ଦ୍ଧେଶରେ ଆସନ୍ତା ୧୫ ତାରିଖରେ ହେବାକୁ ଯାଉଥିବା କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବକୁ ଆଖି ଆଗରେ ରଖି ଏପରି ବିପଦ ସଂକୁଳ ତଥା ଅସୁରକ୍ଷିତ ଅବସ୍ଥାରେ ଏକ ନୂର୍ତନ ବାଉଁଶ ପୋଲ ନିର୍ମାଣ କରାଯାଉଛି ତାହା ବୁଝାପଡୁନାହିଁ। ଏହି ବାଉଁଶ ପୋଲ ନିର୍ମାଣ ପଛରେ କାହାର ପ୍ରଛନ୍ନ ହାତ ରହିଛି। ଏଭଳି ନେତା ଏବଂ ପ୍ରଶାସନିକ ଅଧିକାରୀ କିଏ ବୋଲି ଆଲୋଚନା ହେଉଛି। ଯିଏକି ସହରବାସୀଙ୍କୁ ବିପଦ ମୁହଁକୁ ଠେଲି ଦେଇ ପଛଦ ପଟରେ ବାହାବା ନେବାକୁ ଚାହିଁ ବସିଛନ୍ତି । ଯଦି ପୋଲରୁ କେହି ଗୋବରୀ ଭଳି ଏକ କୁମ୍ଭୀର ପ୍ରବଣ ନଦୀର ଗଭୀର ପାଣି ଓ ପ୍ରଖର ସୁଅରେ ଖସିପଡି ଅକାଳରେ ପ୍ରାଣ ହରାଏ । ତେବେ ଏଥିନିମନ୍ତେ କିଏ ଦାୟି ରହିବେ? ନିର୍ଦ୍ଧେଶ ଦେଇଥିବା ପ୍ରଛଦ ପଟ୍ଟର ନେତା ନା ଅନୁମତି ପ୍ରଦାନ କରିଥିବା ସେହି ପ୍ରଶାସନିକ ଅଧିକାରୀ । ଏପରି ବେଆଇନ୍ ପୋଲ ନିର୍ମାଣକୁ ନେଇ ସମ୍ପୁର୍ଣ୍ଣ ଆତଙ୍କ ଭିତରେ ଅଛନ୍ତି ଜିଲ୍ଲାବାସୀ । କିଏ କହିବ ଯଦି ପୋଲରୁ କିଏ କେତେ ବେଳେ ପାଣିର ଅଥଳ ଗର୍ଭରେ ଖସିପଡି ଆସନ୍ନ ମୃତ୍ୟୁକୁ ସାମ୍‌ନା ନକରିବ ? ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ବା ଖୋଦ୍ ଜିଲ୍ଲାପାଳ ଏପରି ଏକ ବିପଦ ପର୍ଣ୍ଣ ଓ ସ୍ପର୍ଶକାତର ଘଟ୍ଟଣାବଳୀକୁ ନେଇ କିପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ