ଗୋ ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ

ରମ୍ଭା, (ମିଥୁନ ବାରିକ୍):ବାତ୍ୟା ଆଶ୍ରୟ ସ୍ଥଳୀରେ ଆଜି ରମ୍ଭା ପ୍ରାଣିଚିକିତ୍ସା କାର୍ଯ୍ୟାଳୟ ନିର୍ଦ୍ଦେଶ ଅଧୀନରେ ଏକ ଗୋ ବନ୍ଧ୍ୟା ନିରାକରଣ ଓ ସଚେତନ ଶିବିର ଆୟୋଜିତ ହୋଇଥିଲା । ଏଠାରେ ଉପସ୍ଥିତ ବ୍ଲକ ପ୍ରାଣିଚିକିତ୍ସା ଅଧିକାରୀ ଡ଼ ଦେବାଶିଷ କର , ରମ୍ଭା ପ୍ରାଣୀଚିକିତ୍ସକ ଡ଼ ପ୍ରିୟଦର୍ଶୀ ପ୍ରହରାଜଙ୍କ ଅଧୀନରେ ମୋଟ ୫୦ ଗୋଟି ଗାଈ, ଛଡ଼ା ପରୀକ୍ଷା କରି ଚିକିତ୍ସା ନିମନ୍ତେ ଔଷଧ  ବଣ୍ଟନ କରା ଗଲା । କୃମି ନିମନ୍ତେ ବାଛୁରୀକୁ ମଧ୍ୟ କୃମି ବଟିକା ଓ ଭିଟାମିନ ଯୋଗାଇ ଦିଆ ଗଲା। ଶେଷରେ ସିପକୁଦା ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀରେ ୩୧ ଟି ଦୁଗ୍ଧ ଚାଷୀଙ୍କୁ ଗୋବନ୍ଧ୍ୟା ନିରାକରଣ ତଥା କୂତ୍ରିମ ପ୍ରଜନନ, ଲିଙ୍ଗ ନିରୁପିତ ମାଈ ବାଛୁରୀ ନିମନ୍ତେ କୂତ୍ରିମ ପ୍ରଜନନ, ଅନ କଲ ଏ ଆଇ ବିଷୟରେ ସଂକ୍ଷିପ୍ତ ଧାରଣା ମଧ୍ୟ ଦିଆ ଗଲା। ଅତିଥି ଭାବେ ସମିତି ସଭ୍ୟ ଅନୁକୂଳ ଚନ୍ଦ୍ର ନାହାକ ଏହି ସଭାରେ ଯୋଗ ଦେଇଥିଲେ । ସହୋଜୋଗ ଓ ଶୃଙ୍ଖଳା ଭାବେ ଆୟୋଜନ ହୋଇଥିଲା ଏବଂ ସ୍ଥାନୀୟ ଏଲ୍ ଆଇ ବିନୋଦ ଚନ୍ଦ୍ର ସାହୁଙ୍କ  ସହଯୋଗ ଏହି ସଭାକୁ ଆୟୋଜିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ