ଗ୍ୟାସ ଟାଙ୍କି ରୁ ନିଆଁ ଲାଗି ପାଞ୍ଚ ବଖରା ଘର ଜଳି ପାଉଁଶଜଣେ ଆହତ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଶୁକ୍ରବାର ଦିନ ୧୧ ସମୟରେ ଚନ୍ଦ୍ରଶେଖରପ୍ରସାଦ ଗ୍ରାମପଞ୍ଚାୟତର ମୁଣ୍ଡିଆସାହିର କାର୍ତ୍ତିକ ବେହେରାଙ୍କ ସ୍ତ୍ରୀ ରୋଷେଇ କରୁଥିବା ସମୟରେ ଗ୍ୟାସରୁ ନିଆଁ ଲାଗି ୫ ବଖରା ଘର ଜଳିଗଲା l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରୁ ପାଖ ଘର ଗୁଡିକ ନିଆଁରୁ ରକ୍ଷା ପାଇ ଯାଇଥିଲା । ଏହି ଅଗ୍ନିକାଣ୍ଡରେ ଗ୍ରାମର କାର୍ତ୍ତିକ ବେହେରା,ଅରକ୍ଷିତ ବେହେରା,ପବିତ୍ର ବେହେରା,ଡାକ ବେହେରା,ଦଇତାରୀ ବେହେରା ଓ ଲକ୍ଷ୍ମୀଧର ବେହେରାଙ୍କର ୫ ବଖରା ଘର ସହିତ ଧାନ,ଚାଉଳ,ଲୁଗାପଟା ପୋଡି ପାଉଁଶ ହୋଇଯାଇଛି ଏବଂ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହିତ ଜଣେ ମଧ୍ୟ ଆହତ ହୋଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ