ଘରେ ପଶି ଗହଣା ଲୁଟ୍ ମାମଲା ଗହଣା,ଟଙ୍କା ସହ ଦୁଇ ଗିରଫ

ନୀଳଗିରି,(ୱାଏନଏସ):ବାଲେଶ୍ୱର ଜିଲ୍ଲା ନିଳଗିରି ଥାନା ଅନ୍ତର୍ଗତ ଗୋପିନାଥପୁର ଗ୍ରାମର ମହେଶ୍ବର ବେହେରାଙ୍କ ଘର ତାଲା ଭାଙ୍ଗି ସମସ୍ତ ଗହଣା ଓ କିଛି ଟଙ୍କା ଗତ ୨୪ ତାରିଖରେ ଘରେ କେହି ନଥିବା ବେଳେ ଚୋରି ହୋଇଯାଇଥିବାର ନିଳଗିରି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ନିଳଗିରି ଥାନା ଅଧିକାରୀ ଗୋପାଳ କର୍ଣ୍ଣ ଜୋରଦାର ତଦନ୍ତ ଆରମ୍ଭ କରିଥିଲେ।ଗୋପିନାଥପୁର ଗ୍ରାମର ରବିନାରାୟଣ ବେହେରା ଓରଫ୍ ଜଗା ଉପରେ ପୋଲିସର ସନ୍ଦେହ ହୋଇଥିଲା। ନିଳଗିରି ଥାନାର ଏ,ଏସ,ଆଇ ଅନ୍ତନ୍ତ ମୂର୍ମୁ ଜଗାକୁ ଧରିବା ପାଇଁ ଜାଲ ବିଛାଇଥିଲେ। ପରେ ଅତି ଚତୁରତାର ସହ ନିଳଗିରି ପୋଲିସ୍ ଜଗାକୁ ଗୋପିନାଥପୁର ଗ୍ରାମରୁ ଗିରଫ କରିଥିଲେ। ସମସ୍ତ ଗହଣା ସହ ତିନି ହଜାର ଟଙ୍କା ଚୋରି କରିଥିବାର ରବିନାରାୟଣ ବେହେରା ଓରଫ୍ ଜଗା ପୋଲିସ ନିକଟରେ ସ୍ବୀକାର କରିବା ସହ ଚୋରି କିଛି ଗହଣା ବରିସାହି ଗ୍ରାମର ଜିନେଶ କୁମାର ବିନୋଦ ନିକଟରେ ବିକ୍ରୀ କରି କିଛି ଟଙ୍କା ଆଣିଥିଲା। ଅବଶିଷ୍ଟ ଗହଣା ସବୁ ଆଇ ଆଇ ଏଫଏଲ ବ୍ୟାଙ୍କ୍ ରେ ବନ୍ଧକ ରଖି ୫୦ ହଜାରରୁ ଅଧିକ ଟଙ୍କା ଆଣିଥିଲା। ପୋଲିସ ନିକଟରେ ସ୍ବୀକାର କଲା ପରେ ନିଳଗିରି ପୋଲିସ ଚୋରି ଗହଣା ରଖିଥିବା ଯିନେଶ କୁମାର ବିନୋଦ କୁ ମଧ୍ୟ ଗିରଫ କରିଛି। ଏନେଇ ଆଜି ବାଲେଶ୍ଵର ଏସ ପି, ରାଜ ପ୍ରସାଦ ନିଳଗିରି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚୋରି ଗହଣା ସହ ଜବତ କରାଯାଇଥିବା ନଗଦ ୪୦ହଜାର ଟଙ୍କା ଉଦ୍ଧାର କରାଯାଇଛି ବୋଲିସୂଚନା ଦେବା ସହ ଅନ୍ୟ ଏକ ଚୋରି ମାମଲାରେ ରବିନାରାୟଣ ବେହେରା ଓରଫ୍ ଜଗା ସଂପୃକ୍ତି ଥିବାର ଏସ ପି, ପ୍ରକାଶ କରିଛନ୍ତି।ଚୋରି ସୁନା ଅଳଙ୍କାର ମଧ୍ୟରେ,ଏକ ହଳ ସୁନା ଚେନ , ୩ ଗୋଟି ସୁନା ମୁଦି , ୩ ହଳ ସୁନା କାନ ଫୁଲ , ଏକ ହଳ ରୂପା ପାଉଜି ଜବତ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ନିଳଗିରି ଥାନାରେ ୩୦୩ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ଦଫା ୩୩୧(୪),/୩୦୫(ଏ) ବି ଏନ୍ ଏସ ଧାରାରେ ମାମଲା ରୁଜୁ କରାଯାଇ ଦୁଇ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ଆଇ ଆଇ ସି ଗୋପାଳ ଚନ୍ଦ୍ର କର୍ଣ୍ଣ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ