ଘାଟିରେ ଓଲଟିଲା ପିକଅପ ଭ୍ୟାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଚନ୍ଦ୍ରଗିରି ନିକଟସ୍ଥ ଏକ ବୁଲାଣିଆ ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ପିକଅପ ଭ୍ୟାନ ଓଲଟି ପଡିଛି. ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟି ଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି. ଦୁର୍ଘଟଣାରେ ୬ ଜଣ ଅତ୍ୟନ୍ତ ଗୁରୁତର ଥିବାରୁ ସେମାଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ରାମଗିରି ଥାନା ଅଞ୍ଚଳର କେକେସିଂ ଗ୍ରାମରୁ ୪୦ ଜଣ ଏକ ଦଶାହ କାର୍ୟ୍ୟରେ ଯୋଗ ଦେବା ପାଇଁ ଗୋଟିଏ ପିକଅପ ଭ୍ୟାନରେ ଯାଉଥିଲେ. ଭ୍ୟାନଟି ଚନ୍ଦ୍ରଗିରି ନିକଟସ୍ଥ ଚିଟିଙ୍ଗ ଘାଟିର ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଆଜି ସକାଳ ସମୟରେ ଓଲଟି ପଡିଥିଲା. ଏଥିରେ ଭ୍ୟାନରେ ବସିଥିବା ଜଣେ ମହିଳା ମୃତ୍ୟୁବରଣ କରିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି. ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁଁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି. ଘଟଣା ସ୍ଥଳରେ ଚନ୍ଦ୍ରଗିରି ଓ ମୋହନା ପୋଲିସ ପହଞ୍ଚି ତଦନ୍ତ ଓ ଅନୁଧ୍ୟାନ ଜାରି ରଖିଛନ୍ତି.