ଘାରୁଛି ରାସନକାର୍ଡ କଟିବା ଭୟ

ଶେରଗଡ, (ଯୁଗାବ୍ଦ ନ୍ୟୁଜ):ରାସନକାର୍ଡ କଟିବା ଭୟରେ ଈ-KYC କରୁନାହାନ୍ତି ହିତାଧିକାରୀ। ପ୍ରାୟ ୩ ମାସ ହେଲା ଯାଞ୍ଚ କରାଯାଉଥିଲେ ହେଁ ଶେରଗଡ ବ୍ଲକରେ 80 ପ୍ରତିଶତ ଯାଞ୍ଚ କରାଈଛନ୍ତି। ଆହୁରି ୨୨ ହଜାର ୮୨୭ ଜଣ ହିତାଧିକାରୀ ଈ-KYC ଯାଞ୍ଚ କରିନାହାନ୍ତି। ନଭେମ୍ବର ସୁଦ୍ଧା ଯାଞ୍ଚ ଶେଷ କରି ଅଯୋଗ୍ୟ ଙ୍କୁ ବାଦ ଦେବା ସହ ନୂତନ ହିତାଧିକାରୀଙ୍କୁ ଯୋଡିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଥିବା ବେଳେ ଏବେ ହଜାର ହଜାର ହିତାଧିକାରୀ ଈ-KYC ନକରିବା ଆଶ୍ଚର୍ଯ୍ୟ କରିଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏମାନେ ଈ-KYC ଅପଡେଟ ନକଲେ ରାସନକାର୍ଡ ରୁ ବାଦ ପଡିବେ ନା ରହିବେ ସେନେଇ ଆଶଙ୍କା ପ୍ରକାଶ ପାଈଛି। ଶେରଗଡ ବ୍ଲକରେ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ ୧ ଲକ୍ଷ ୧୨ ହଜାର ୩୧୪ ଜଣ ହିତାଧିକାରୀ ରାସନକାର୍ଡ ରେ ଅନ୍ତର୍ଭୁକ୍ତ ହୋଇ ରାସନ ସାମଗ୍ରୀ ପାଉଛନ୍ତି। ନୂତନ ସରକାର ଆସିବା ପରେ ରାସନକାର୍ଡ ରେ ଅଯୋଗ୍ୟ ହିତାଧିକାରୀଙ୍କୁ ବଖଥ ଦେବାକୁ ଈ-KYC ଯାଞ୍ଚ ଆରମ୍ଭ ହୋଈଥିଲା। ଅଗଷ୍ଟ ୨୨ ତାରିଖ ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଈଥିବା ବେଳେ ୩ ମାସ ହେଲା ଈ-KYC ଚାଲିଥିବା ବେଳେ ଶେରଗଡ ବ୍ଲକରେ ମୋଟ ହିତାଧିକାରୀଙ୍କ ମଧ୍ୟରୁ ୮୦ ପ୍ରତିଶତ ଅର୍ଥାତ ୮୯ ହଜାର ୪୮୭ ହିତାଧିକାରୀ ଅପଡେଟ କରିସାରିଛନ୍ତି। ଏହି ପ୍ରକ୍ରିୟା ଶେଷ କରି ଅଯୋଗ୍ୟ ଙ୍କୁ ବାଦ ଦେବା ସହ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ନଭେମ୍ବର ସୁଦ୍ଧା ନୂତନ କାର୍ଡ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ନେଇ ଏବେ ସବୁଠି ଆଶଙ୍କା ପ୍ରକାଶ ପାଈଛି। ପର୍ଯ୍ୟାପ୍ତ ସମୟ ଦିଆଯିବା ପରେ ମଧ୍ୟ ଏତେ ସଂଖ୍ୟକ ହିତାଧିକାରୀ କାହିଁକି ଈ-KYC ଅପଡେଟ କରୁନାହାନ୍ତି, ତାହା ସବୁ ସ୍ତରରେ ଚର୍ଚ୍ଚା ର ପ୍ରସଙ୍ଗ ପାଲଟିଛି। କିଛି ଅଯୋଗ୍ୟ ହିତାଧିକାରୀ ତାଲିକାରେ ରହିଥିବା ଆଲୋଚନା ହେଉଛି। ଈ-KYC କରିନଥିବା ୨୨ ହଜାର ୮୨୭ ଜଣ ହିତାଧିକାରୀଙ୍କ ସ୍ଥିତି କଣ ହେବ ଅଡ଼ୁଆ ସୃଷ୍ଟି କରିଛି। ଏନେଇ ବ୍ଲକ ଯୋଗାଣ ଅଧିକାରୀ ବିଭୁ ପ୍ରସାଦ ସାହୁ କହିଛନ୍ତି ଯେ,ଈ-KYC ଚାଲିଛି, ଶେଷ ତାରିଖ କେବେ ସେନେଇ କୌଣସି ବିଭାଗୀୟ ନିର୍ଦ୍ଦେଶ ଆସିନାହିଁ। ଯାହା ନିର୍ଦ୍ଦେଶ ଆସିବ ସେ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ